ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବେଗୁନିଆ ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବରଗାଦୀଙ୍କ ପୀଠରେ କାଠି-ଲଉଡ଼ିନୃତ୍ୟ ମହୋତ୍ସବ ଅନୁଷ୍ଠିତ

ବାଲିକୁଦା, 19/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ବ୍ଲକ୍ ର ତିତିରା ପଞ୍ଚାୟତର ବେଗୁନିଆ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବରଗାଦୀ ଙ୍କ ପୀଠରେ ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବର ଯାଦବ ସମିତି ର ବାର୍ଷିକ ଗୋପାଳ ଓଗାଳ ଓ କାଠି-ଲଉଡ଼ିନୃତ୍ୟ ମହୋତ୍ସବ ଲଉଡ଼ି ଖେଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ତଥା ବିଜୁ ଜନତା ଦଳର ଆପ୍ରୋ ଭାସି ସାମୁଖ୍ୟ ର ରାଜ୍ୟ ସଭାପତି ନନ୍ଦଲାଲ ସିଂ, ଉତ୍କଳ ଯାଦବ ମହାସଭା ର ରାଜ୍ୟସମ୍ପଦକ ସୁବୋଧ କୁମାର ବେହେରା, ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ଉତ୍କଳ ଯାଦବ ମହାସଭାର ପ୍ରଭାକର ବେହେରା, ପିତବସ ବେହେରା,ଜିଲ୍ଲା ପରିଷଦଙ୍କ ପ୍ରତିନିଧି ତଥା ସମାଜସେବୀ ଗଙ୍ଗାଧର ବେହେରା,ଜିଲ୍ଲା ପରିଷଦ ସଭ୍ୟ ଜଟାଧାରୀ ଦାସ,ଆଇନଜୀବୀ ଡ଼ ବିର ନାରାୟଣ ପାତ୍ର, ଶିକ୍ଷାବିତ ଭଗବାନ ରାଉତ, ତିତିରାପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ନାୟକ, ବାଲିକୁଦା ବ୍ଲକ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସ, ଅଧ୍ୟାପକ ଡ଼ ଅକ୍ଷୟ କୁମାର ଜେନା ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାସ, ଉପସଭାପତି ନରେଶ ଚନ୍ଦ୍ର ଦାସ, ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ବୀରବର ଦାସ, ନିରଞ୍ଜନ ଦାସ, ଶଙ୍କର ବହିରା, ରବିନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୪ଟି ଲଉଡ଼ିଦଳ ଇଚ୍ଛାପୁର,ଅଞ୍ଜିରା, ଖମ୍ବାକୂଳ, ପ ରାହାଟର ଲଉଡ଼ି ଦଳ ଭାଗ ନେଇ ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ପରସ୍ପର ଭିତରେ ଭାଇଚାରା ସୃଷ୍ଟି କରିବା, ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଶିଖାଇଥାଏ।ଗୋପାଳ ଭାଇ ମାନଙ୍କର ପ୍ରାଚୀନ କଳା ସଂସ୍କୃତି ର ସୁରକ୍ଷା ହୋଇ ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ସିଦ୍ଧ
Article Image
ବାନାମ୍ବର ଯାଦବ ସମିତି ର ବିରବର ଦାସ,ଚରଣୀ ଦାସ,ସଞ୍ଜୟ କୁମାର ଦାସ, ରାଜେନ୍ଦ୍ର ଦାସ, ମଧୁସୂଦନ ଦାସ, ନିରଞ୍ଜନ ଦାସ, ସୁଯ୍ୟକାନ୍ତ ଦାସ,ବଳରାମ ଦାସ ,ଆଲୋକ ରଞ୍ଜନ କଂସ ପ୍ରମୁଖଙ୍କ ସହିତ ଯାଦବ ଭାଇମାନେ ଓ ଆଞ୍ଚଳିକ ଯଜ୍ଞ କମିଟିର ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
6