ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୁ୍ୟ ଇଣ୍ଡିଆ ଦ୍ୱାରା ଆୟୋଜିତ ଦ୍ୱିତୀୟ ମହିମା ବହି ମେଳା ଉଦ୍ୟାପିତ

ଢେଙ୍କାନାଳ, 19/04/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେଙ୍କାନାଳ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନ୍ୟୁ ଇଣ୍ଡିଆ ସନ୍ଥପୁର ଏବଂ ଜିଲ୍ଲା ପ୍ରଶାସନ ସହଭାଗିତାରେ ଆୟୋଜିତ ଦ୍ୱିତୀୟ ମହିମା ବହି ମେଳା ଉଦ୍ୟାପିତ ହୋଇଯାଇଅଛି । ଉକ୍ତ ବହି ମେଳାଟି ଢେଙ୍କାନାଳ ମିନି ଷ୍ଟାଡିୟମ୍ ଠାରେ ତା.୧୦.୦୪.୨୦୨୬ରିଖ ଠାରୁ ଆରମ୍ଭ ହୋଇ ଦୀର୍ଘ ନଅ ଦିନ ଧରି ଚାଲିଥିଲା । ପ୍ରତ୍ୟେହ ଦିବା ୩ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଚାଲୁଥିଲା । ୫୦ଟି ଷ୍ଟଲ୍ ରେ ୩୦ଜଣ ପ୍ରକାଶକଙ୍କ ବହି ବିକ୍ରି ହେଉଥିଲା । ପ୍ରତ୍ୟକ ବହି ବିକ୍ରୟ ସହିତ ଜଣା ଅଜଣା ପ୍ରତିଯୋଗିତା, ମ୍ୟାଜିକ୍ ସୋ, ସାଂସ୍କୃତିକ କାର୍ଯ୍ୟକ୍ରମ, ଢେଙ୍କାନାଳର ବରପୁତ୍ରମାନଙ୍କ ବିଷୟରେ ଆଲୋଚନା, କବି ସମ୍ମିଳନୀ ଓ କବିତା ପାଠୋତ୍ସବ, ନୂତନ ବହି ଉନ୍ମୋଚନ, କବି ବ୍ରଜନାଥ ବଡଜେନାଙ୍କ ଜୟନ୍ତୀ ପାଳନ, କବି ଭୂଷଣ ରାଜ କିଶୋର ପଟ୍ଟନାୟକଙ୍କ ଜୟନ୍ତୀ, ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ମହିମା ଧର୍ମ ବିଷୟରେ ଆଲୋଚନା ଆଦି କାର୍ଯ୍ୟକ୍ରମ ହେବା ସହ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ସାହିତ୍ୟ ସଂସଦ, ଖୋର୍ଦ୍ଧା ତରଫରୁ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବ କରାଯାଇଥିଲା । ତା.୧୮.୦୪.୨୦୨୬ରିଖ ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଜଙ୍ଗ ବିଧାୟକ ତଥା ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ବହିକୁ ସାଥିକରି ଜୀବନକୁ ସରସ ସୁନ୍ଦର କରିହେବ ବୋଲି ମତବ୍ୟକ୍ତ କରିବା ସହ ଆୟୋଜକ ନୁ୍ୟ ଇଣ୍ଡିଆ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ ରାମ ଚନ୍ଦ୍ର ପାତ୍ର ଯୋଗଦେଇ ଆଗାମୀ ତୃତୀୟ ମହିମା ବହି ମେଳା କିପରି ଅଧିକ ଷ୍ଟଲ୍ ପଡିବ, ସରସ ସୁନ୍ଦର ହେବ ତାଙ୍କର ସହଯୋଗ ରହିବ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ରମା ସିଂ ଯୋଗଦେଇ ବହିକୁ ନିଜର ଜୀବନ ସାଥି କରିବାକୁ ପରାମର୍ଶ ଦେଇଥିଲେ । ନ୍ୟୁ ଇଣ୍ଡିଆର ସଂପାଦକ ଶେଷଦେବ ରାଉତ ସ୍ୱାଗତ ଭାଷଣ ଦେବା ସହିତ ବହିମେଳା କିପରି ପ୍ରତ୍ୟେକ ବର୍ଷ ହେବ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମକୁ ଅବନୀ ମିଶ୍ର ସଂଯୋଜନା କରିଥିଲେ । କବି ଅଥୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ହେି ଅବସରରେ ଅପରାହ୍ନ ୩ ଘଟିକା ଠାରୁ ୭ ଘଟିକା ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଲଉଡି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ଜଜ୍ ତତା କବି ଭିକାରୀ ଚରଣ ରାଉତଙ୍କ ମରୁମାୟା ବହି ମୁଖ୍ୟ ଅତିଥିଙ୍କ ସହ ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମକୁ ନ୍ୟୁ ଇଣ୍ଡିଆର କର୍ମକର୍ତା, ଶିଦ୍ଧ ଶ୍ରୀକ୍ଷେତ୍ର ପରିବାରର ସଭ୍ୟ/ସଭ୍ୟା, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସଭ୍ୟ/ସଭ୍ୟାଙ୍କ ସହଯୋଗରେ ସାଫଲ୍ୟ ମଣ୍ଡିତ ହୋଇଥିଲା ।
Article Image
ଶେଷଦେବ ରାଉତ ସଂପାଦକ ନୁ୍ୟ ଇଣ୍ଡିଆ ଅନୁଷ୍ଠାନ ମୋ- ୯୪୩୮୩ ୯୪୪୭୭
11