ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଁ ଶ୍ରୀ ଶ୍ରୀ ବାଗ ହନୁମାନ ଙ୍କ ୫ମ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

କୁଜଙ୍ଗ ବ୍ଲକ ବଣିତୋ , 20/04/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର -୧୫-୦୪(ବୁଦ୍ଧଦେବ ଜେନା) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଣିତୋ ସ୍ଥିତ ଓଁ ଶ୍ରୀ ଶ୍ରୀ ବାଗ ହନୁମାନ ଙ୍କର ୫ମ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଅଛି।ବଣିତୋ ଗ୍ରାମରେ ବାଗ ହନୁମାନ ଙ୍କ ର ଏହି ମହାଯଜ୍ଞ ପ୍ରତି ବର୍ଷ ଖୁବ୍ ଧୁମ୍ ଧାମରେ ପାଳନ କରାଯାଉଛି ।ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ଯ ବଣିତୋ ସ୍କୁଲ ପ୍ରାଙ୍ଗଣରୁ ୫୦ ଗୋଟି କାର ଓ ୧୦୦ ଗୋଟି ବାଇକ୍ ମାଧ୍ୟମରେ ସମସ୍ତ ଗ୍ରାମବାସୀ ମାନେ ବିଶାଳ କଳସ ଶୋଭାଯାତ୍ରା ବାହାରି ରାହାମା ସ୍ଥିତ ମହାନଦୀରୁ ଜଳ ଆଣି ଘଟ ସ୍ଥାପନ କରାଯାଇଥିଲା।ସର୍ବ ପ୍ରଥମେ କଳସ ସ୍ଥାପନ, ଅଙ୍କୁରାରୋପଣ, ସୂର୍ଯ୍ୟ ପୂଜା, ଗୋପୂଜା, ହନୁମାନ ଚାଳିଶା,ଷୋଡଶପୋଚାର ପୂଜା ଆଦି ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ବାରା ପାଠ ଓ ଆହୁତି ପ୍ରଦାନ କରାଯାଇଥିଲା।ଦୀର୍ଘ ଦିନ ଧରି ଏହି ଉତ୍ସବଟି ଶାନ୍ତି ଶୃଙ୍ଖଳା ର ସହିତ ପାଳନ ହୋଇ ଆସୁଥିବାରୁ ବଣିତୋ ଗ୍ରାମବାସି ମାନେ ଉତ୍ସବ ମୁଖର ହୋଇ ଉଠିଛନ୍ତି ।ଏହି ବିଶ୍ଵଶାନ୍ତି ମହାଯଜ୍ଞ ରେ କମିଟି ରେ ଥିବା ସମସ୍ତ ସଦସ୍ୟ ମାନେ ବିଶ୍ଵଶାନ୍ତି ମହାଯଜ୍ଞ କିପରି ଶାନ୍ତି ଶୃଙ୍ଖଳା ସହିତ ପୂର୍ଣ୍ଣ ହେବ ସେଥିପାଇଁ ଗ୍ରାମବାସୀ ମାନେ ତତ୍ପର ହୋଇଥିଲେ। ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
5