କୁଜଙ୍ଗ , 20/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଦିନକୁ ଦିନ କୁଜଙ୍ଗ ଅଞ୍ଚଳରେ ବେଆଇନ୍ ମଦ, ଗଞ୍ଜେଇ କାରବାର ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା କେସ୍ ନଂ. ୧୦୮/୨୬ ୨୦(ବି)(ii)୨୫/୨୯ NDPS ଆକ୍ଟ ଆଜି ରଶ୍ମି ରଞ୍ଜନ ସାହୁ,S.I.,କୁଜଙ୍ଗ ଥାନା ତଦନ୍ତକାରୀ ଅଧିକାରୀରୁ SI ଅଜୟ ଅର୍ଜୁନ ଖଣ୍ଡଗିରି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୀତାମ୍ବର ଜେନା(ନୀଳୁ)ଘୋଡାମରା ଗ୍ରାମରେ ନିଜ ଘରେ ଗଞ୍ଜେଇ ରଖି ତା’ର OD-33-AL-0288 ନମ୍ବର କାରରେ ସ୍ଥାନୀୟ ବେପାରୀଙ୍କୁ ଯୋଗାଉଥିଲା। ସେ କୁଜଙ୍ଗ ମାଛ ବଜାର, ତାଳଦଣ୍ଡା କେନାଲ ପାଖରେ ସରକାରୀ ଭାଙ୍ଗ ଦୋକାନ ଆଢୁଆଳରେ ସିଗାରେଟ୍ ଓ ଛୋଟ ପ୍ୟାକେଟ୍ ମାଧ୍ୟମରେ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରୁଥିଲା।ପୋଲିସ ଟିମ୍ ତା’ ଘରେ ଚଢ଼ାଉ କରି ତାକୁ ଧରିଲେ। ପ୍ୟାକେଟ୍ ସହ ମୋଟ ଓଜନ ୨.୪୬୫ କେଜି ଓ ଶୁଦ୍ଧ ଗଞ୍ଜେଇ ୨.୪୪୫ କେଜି ମିଳିଲା। ତା’ ଠାରୁ ଜବତ କାର୍ଯ୍ୟ ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଶ୍ରୀମତୀ ପାୟଲ ପ୍ରିୟଦର୍ଶିନୀ ଏବଂ RI ସୁବାସିସ୍ ଜେନାଙ୍କ ଉପସ୍ଥିତି ଜବତ ହୋଇଥିଲା।ପଚରାଉଚରାରୁ ଜଣା ପଡ଼ିଲା ଯେ ସେ ତାଳଦଣ୍ଡା କେନାଲ ପାଖ ଭାଙ୍ଗ ଦୋକାନ ମାଧ୍ୟମରେ ଗଞ୍ଜେଇ ବିକୁଥିଲା। ପୋଲିସ ସେହି ଦୋକାନରେ ଚଢ଼ାଉ କରି ସୁଶାନ୍ତ କୁମାର ଜେନାକୁ ଧରିଲେ। ତା’ ଦୋକାନରୁ ୧.୧୪୦ କେଜି ଗଞ୍ଜେଇ ଏବଂ ନଗଦ ୭୯୦/- ଟଙ୍କା ଜବତ ହେଲା।ଦୁଇ ଅଭିଯୁକ୍ତଙ୍କୁ କାଲି ରାତି ୧୧ ଟାରେ ଗିରଫ କରାଯାଇଛି ଏବଂ ଉଭୟଙ୍କୁ ଆଜି ମାନ୍ୟବର କୋର୍ଟକୁ ଚାଲାଣ କରାଯାଇଛି।ଏହି ଦୁଇ ଜଣକର ମୋଟ ଜବତ ୩.୫୮୫କେଜି ଗଞ୍ଜେଇ,୧୦,୭୯୦ ଟଙ୍କା ଜବତ କରିଛନ୍ତି। ଜବତ ଗଞ୍ଜେଇ ମୂଲ୍ୟ ଯାହାକି ୫୦.୦୦୦ ଟଙ୍କା ବୋଲି ଦର୍ଶାଇଛନ୍ତି।କଥା ଏଥି ଉଠୁଛି ଯେ ଜଗତସିଂହପୁର ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲା କୁ ନିଶା ମୁକ୍ତ କରିବାପାଇଁ ଜିଲ୍ଲା ର ସମସ୍ତ ପୋଲିସ ଟିମ୍ ତତ୍ପର ହୋଇଥବାବେଳେ କିପରି ଅବକାରୀ ବିଭାଗ ର ନଜର ପଡୁନି ତାହା ଆଶ୍ଚର୍ଯ୍ୟ ର ବିଷୟ ପାଲଟିଛି।

