ଉତ୍କଳ voice news - utkalvoicenews.com
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
ସାହିତ୍ୟ ଏକାଡେମୀର ଦିନିକିଆ ସାହିତ୍ୟ ପର୍ବ ପାଳନ।
କୁଜଙ୍ଗ , 20/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
19/4 /2026 ସାମ୍ପ୍ରତିକ ସ୍ଥିତିରେ ଏବେ ମୁଁ ର ଅହଙ୍କାର ସାରା ବିଶ୍ୱକୁ ଆଛାଦିତ କରିଛି l ଭାଇଚାରାର ବନ୍ଧନ ବଦଳରେ ବାରୁଦର ଗନ୍ଧ ମଣିଷକୁ ବ୍ୟଥିତ କରୁଛି l ତେବେ ଉଜୁଡୁଥିବା ବିଚାର ଓ ବେଳେବେଳେ ଦିଗ ହରଉଥିବା ସମାଜ ପାଇଁ ଶସ୍ତ୍ରଠୁ ଶାଣିତ ସାହିତ୍ୟ ବୋଲି ବିଶିଷ୍ଟ ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି l
ଓଡିଶା ସାହିତ୍ୟ ଏକାଡେମୀ ଓ ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀ ମିଳିତ ସହଯୋଗରେ କୁଜଙ୍ଗ ସୂଚନା ଭବନ ଠାରେ ଦିନିକିଆ ସାହିତ୍ୟ ପର୍ବ ପାଳିତ ହୋଇଯାଇଛି l ସାହିତ୍ୟ ପର୍ବକୁ ଝଙ୍କାର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି ଉଦଘାଟନ କରିଥିଲେ l ପ୍ରିୟବନ୍ଧୁ ସଭାପତି ଡକ୍ଟର ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ପର୍ବରେ ପ୍ରଖ୍ୟାତ ସାହିତ୍ୟିକ ଡକ୍ଟର ଗୌରୀହରି ଦାସଙ୍କୁ ବାଣୀପିଠ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା l ବିଶିଷ୍ଟ କବି ପ୍ରୀତାମ୍ବର ତରାଇଙ୍କୁ ଶୁଦ୍ରମୁନି ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା l ଡକ୍ଟର ଦାସ ସାହିତ୍ୟର ପ୍ରଭାବରେ ସମାଜର ପରିବର୍ତ୍ତନ ଧାରା ଓ ଏହାର ସକାରାତ୍ମକ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ l ଶ୍ରୀ ତରାଇ ସମାଜର ସାଧାରଣ ବର୍ଗର ମଣିଷ ନିଜର ସାଧନା ପାଇଁ ଶ୍ରେଷ୍ଠତ୍ୱ ପାଇଥିବା ଉଦାହରଣ ଦେଇଥିଲେ l ଓଡିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଗାଁ ଗହଳିର ସାହିତ୍ୟକl ଓ ସଂଗଠନଙ୍କୁ ସନ୍ଧାନ କରି ସେମାନଙ୍କ ପ୍ରତିଭାକୁ ବିକାଶ କରାଇବାକୁ ସରକାରଙ୍କ ଏକାଡେମୀ ପ୍ରତିଶୃତିବଦ୍ଧ ବୋଲି କହି ଉପସ୍ଥିତ ସାହିତ୍ୟିକ କବିଙ୍କ ମନୋବଳ ବଢ଼ାଇଥିଲେ l ଅତିଥିଙ୍କ ମଧ୍ୟରେ କଟକ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ଓ ପ୍ରଫେସର ଡକ୍ଟର ରବୀନ୍ଦ୍ର ବିହାରୀ ବକ୍ତବ୍ୟ ପ୍ରଦାନ କରିଥିଲେ l ଅଧ୍ୟାପିକା ଡକ୍ଟର ରୋଜାଲିନଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପର୍ବର ବାର୍ଷିକ ମୁଖପତ୍ର "ପ୍ରିୟବନ୍ଧୁ" ଅତିଥିଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା l କୁଜଙ୍ଗ ପାଇକ ଆଖଡା ସଭାପତି ଗୋଲେକ ଜୟ ସିଂହଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ସାହିତ୍ୟ ପର୍ବ ସକାଳ ଅଧିବେଶନରେ ଡକ୍ଟର ଗଙ୍ଗାଧର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ କବିତାପାଠ ଉତ୍ସବରେ ମୁଖ୍ୟ ଅତିଥିଭାବେ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ , ଅତିଥିଭାବେ ଡକ୍ଟର ବୈଜୟନ୍ତୀ ମାଳା ଶତପଥୀ , ଉମାକାନ୍ତ ନାୟକ ଓ ସଂଘମିତ୍ରା ସ୍ୱାଇଁ ଯୋଗ ଦେଇଥିଲେ l କବି ଗୀତାଞ୍ଜଳି ପୃଷ୍ଟି ,ପ୍ରଭାତୀ ମାଝୀ ଓ ଦୀପ୍ତି ଖଣ୍ଡୁଆଳ ସଂଯୋଜନା କରିଥିଲେ l ଶିକ୍ଷାବିତ ବିଭୁତି ଦାସ ଧନ୍ୟବାଦ ପ୍ରଦାନ କରିଥିଲେ l ସାମ୍ବାଦିକ ଦୁଷ୍ମନ୍ତ ମାଝୀ , ପ୍ରମିଳା ନନ୍ଦ ,ସୁଧାକର ବିଶ୍ୱାଳଓ ଓ ସଞ୍ଜୟ ଓଝା ଉତ୍ସବ ପରିଚାଳନା କରିଥିଲେ l ସ୍କୁଲ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ l ଦେଢ଼ ଶହରୁ ଉର୍ଦ୍ଧ କବି କବିତାପାଠ କରିଥିଲେ l
7