ଏରସମା, 20/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁର ପଞ୍ଚାୟତ ସାହଡେଇ ପୀଠରେ ବଳେଇପୁର ପଞ୍ଚାୟତ ବିଜେପି ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବଳେଇପୁର ପଞ୍ଚାୟତ ପ୍ରମୁଖ ରମେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ବୈଠକରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟସାରଥୀ ମହାନ୍ତି,ନାରିନେତ୍ରୀ ରାଜଶ୍ରୀ ପଟ୍ଟନାୟକ, ବାଲିତୁଠ ମଣ୍ଡଳ ସଭାପତି ବିକ୍ରମଜିତ୍ ସାମନ୍ତରାୟ , ପୂର୍ବତନ ମଣ୍ଡଳ ସଭାପତି ସାରଦା ପ୍ରସାଦ ସତପଥି, ଶିବପ୍ରସାଦ ମଲ୍ଲ,ବଳେଇପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅରୁଣ କୁମାର ସ୍ୱାଇଁଙ୍କ ସମେତ ବ୍ଲକ୍ ଅଞ୍ଚଳର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ। ପଞ୍ଚାୟତ ନିର୍ବାଚନରେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରିବା ସହିତ ଦଳକୁ ସୁଦୃଢ଼ କରିବାପାଇଁ କର୍ମୀ ମାନଙ୍କୁ ଉପଦେଶ ଦିଆଯାଇଥିଲା। ଏହି ସାଂଗଠନିକ ବୈଠକରେ କୁମରବର ନାୟକ,ଦୀପକ ରାଉତ,ଯୁମର ମଳିକ,ପଞ୍ଚାନନ ଦାସ,ସଚିତ୍ର ସାହୁ, ବାବାଜୀ ପାଳଙ୍କ ସମେତ ଶତାଧିକ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।