ଜଗତସିଂହପୁର, 20/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲା ଆଳିପିଙ୍ଗଳ ପଞ୍ଚାୟତ ଯୋରକୁଳ ଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ ଅଖି ମୁଠି ଅନୁକୂଳ କରିବା ସହିତ ହଳ ଲଙ୍ଗଳରେ ଚାଷ କରିଥିଲେ । ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟପନ୍ଥା ହାତକୁ ନେଇଥିବା ବିଧାୟକ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଶତାଧିକ ଚାଷୀ ଯୋଗ ଦେଇ ଥିବା ବେଳେ ଚିଳିତ ବର୍ଷ ଭଲ ଫସଲ ହେବ ବୋଲି ଆଶା ରଖିଛନ୍ତି ।