ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଅଭୟଚାନ୍ଦପୁର, 21/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଆଜି ଅପରାହ୍ନ ରେ ଅଭୟଚାନ୍ଦପୁର ପୋଲିସ ଷ୍ଟେସନ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରାଦୀପ ର ନୂଆ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଆଜିଙ୍କ୍ୟ ବାବୁରାଓ ମାନେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜନସାଧାରଣ ଏବଂ ପୋଲିସ ଭିତରେ ଦୂରତ୍ୱ କମାଇବା ସହ ଅବାଧ ନିଶା କାରବାର, କଳାବଜାରୀ ଙ୍କୁ ଦମନ କରି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଜନସାଧାରଣ ଙ୍କ ସହଯୋଗ ଲୋଡ଼ିଥିଲେ।
Article Image
ଏଥିରେ ଢିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ୩ ଟି ପଞ୍ଚାୟତ , ବାଗଦିଆ ଏବଂ ରଙ୍ଗିଆ ଗଡ ଗ୍ରାମ ର ମୂରବୀ, ସମାଜସେବୀ, ରାଜନେତା, ଜନ ପ୍ରତିନିଧି ଯୋଗ ଦେଇ ଅଭୟଚାନ୍ଦପୁର ପୋଲିସ ର କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ଟ୍ରାଫିକ ସମସ୍ୟା, ଚୋରା ମଦ ବିକ୍ରି, ବ୍ରାଉନ ସୁଗାର ବିକ୍ରି ଏବଂ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ଜନସାଧାରଣ ନିବେଦନ କରିଥିଲେ। ଉକ୍ତ ବୈଠକ ରେ ୧୦୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଯୋଗ ଦେଇଥିଲେ। ଏଥିରେ ଅଭୟଚାନ୍ଦପୁର ଥାନା ର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସମୀର କୁମାର ରାଉତ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକ ଥାନା ଅଞ୍ଚଳର ତମିଲ ପ୍ରଧାନ, ଅଦୈତ୍ୟ ଭୂୟାଁ, ରଞ୍ଜନ ବର୍ଦ୍ଧନ, ସ୍ମୃତି ମନ୍ତ୍ରୀ,ରଞ୍ଜନ ସ୍ୱାଇଁ, ରଜତ ରାଉତ,ଅର୍ଜୁନ ବେହେରା,ଯଦୁମଣି ଖଟୁଆ,ଅକ୍ଷୟ ବେହେରା, ତିର୍ଥରାଜ ମନ୍ତ୍ରୀ,ମାନସ ଦଳାଇ, ବିକ୍ରମଜିତ ସାମନ୍ତରାୟ, ନୃସିଂହ ରାଉତ, ହେମନ୍ତ ସ୍ୱାଇଁ,ନୃସିଂହ ବେହେରା,ପ୍ରଶାନ୍ତ ଦାସ, ସନ୍ତୋଷ ମହାନ୍ତି, ନିତ୍ୟାନନ୍ଦ ସ୍ଵାଇଁ, ଅମିୟ ତରାଇ,ସରୋଜ ଦାସ, ଭ୍ରମର ବର ସେଠୀ , ଅମିୟ ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
8