ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୀହାରୁଣୀ (ଚାନ୍ଦିନୀ) ରେ "କମ୍ୟୁନିଟି ସେଣ୍ଟର" ନିର୍ମାଣ ପାଇଁ ଶୁଭ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ l

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିହାରୁଣୀ, 21/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା ୨୦.୦୪.୨୦୨୬ ରିଖ:
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଳକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିହାରୁଣୀ (ଚାନ୍ଦିନୀ) ଗ୍ରାମରେ କମ୍ୟୁନିଟି ସେଣ୍ଟର୍ ନିର୍ମାଣ ପାଇଁ ଶୁଭ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ଭୂମି ପୂଜନ କରିଥିଲେ l ଦୀର୍ଘ ବର୍ଷ ଧରି ନିହାରୁଣୀ ଗ୍ରାମର ଅଧିବାସୀ ମାନେ ଗ୍ରାମରେ ଏକ "କମ୍ୟୁନିଟି ସେଣ୍ଟର୍" ନିର୍ମାଣ ପାଇଁ ଦାବି କରି ଆସୁଥିଲେ l ଶେଷରେ ଏବିଷୟରେ ସରପଞ୍ଚ ଜଣାଇବାରୁ ସରପଞ୍ଚ ଶ୍ରୀମତୀ ବେହେରା "ବିକଶିତ ଗାଁ ବିକଶିତ ଓଡିଶା" ଯୋଜନା ରେ ଉକ୍ତ କମ୍ୟୁନିଟି ସେଣ୍ଟର୍ ନିର୍ମାଣ ପାଇଁ ଚାରି ଲକ୍ଷ ଟଙ୍କା ପ୍ରଦାନ କରିଥିଲେ l ଉକ୍ତ କମ୍ୟୁନିଟି ସେଣ୍ଟର ନିର୍ମାଣ ହେଲେ ଗ୍ରାମ ର ଯୁବ ଗୋଷ୍ଟି ଓ ଗ୍ରାମବାସୀ ମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ l ଉକ୍ତ ଭୂମି ପୂଜନ ଉତ୍ସଵ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ବାର୍ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ବିଷ୍ଣୁପଦ ମଣ୍ଡଳ, ମହେଶ୍ୱର ପାଇକ, ଶ୍ରୀପଦ ରାୟ, ହାଡ଼ିବନ୍ଧୁ ବସ୍ତିଆ, ନୃସିଂହ ଦାସ, ଅବନ୍ତୀ ମିସ୍ତ୍ରୀ, ବିବେକ ମଣ୍ଡଳ, ସଙ୍କରି ମଣ୍ଡଳ, ସରୋଜିନୀ ଦାସ, ସୁଭଦ୍ରା ମଣ୍ଡଳ, ରୁବିଲତା ଦାସ, ସୁଜାତା ମଣ୍ଡଳ, ମଞ୍ଜୁ ମାଝୀ ପ୍ରମୁଖ ଯୋଗଦେଇଥିଲେ l ସରପଞ୍ଚ ଙ୍କ ଏପରି ଜନ ହିତକର କାର୍ଯ୍ୟ ପାଇଁ ନିହାରୁଣୀ ଗ୍ରାମ ବାସୀଙ୍କ ପକ୍ଷରୁ ସରପଞ୍ଚ କୃତଜ୍ଞତା ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି l
Article Image
15