ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ସମ୍ବର୍ଦ୍ଧିତ

ତିର୍ତ୍ତୋଲ, 21/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଶାଗବାରିଅlର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦକୁ କୁଜଙ୍ଗର ବ୍ରହ୍ମ ଜଗନ୍ନାଥ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି l ଏହି ଅନୁଷ୍ଠାନର ଅଧ୍ୟକ୍ଷ କ୍ୟାପଟେନ ସଞ୍ଜୟ କୁମାର ମୁଦୁଲି ତାଙ୍କ ପ୍ରଣାପ୍ରତିମ ପତ୍ନୀଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଠନ କରିଥିବାବେଳେ ବିଶିଷ୍ଟ ଅତିଥି ମାନଙ୍କ ଗହଣରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିବାର ନିଷ୍ପତ୍ତି ନେଇଥିବାବେଳେ ସୁଶ୍ରୀ ଶୁଭଶ୍ରୀକୁ ଆଗ୍ରଗଣ୍ୟ କରି ସମ୍ବର୍ଦ୍ଧିତ କରିଥିଲେ l କିଛି କଥା କିଛି କବିତା ଆସରରେ ଉଦଘାଟକ ଭାବରେ ଯୋଗଦେଇଥିଲେ କୁଜଙ୍ଗ ତହସିଲଦାର ଶ୍ରୀ ସ୍ୱରୂପ ନନ୍ଦନ ବେହେରା,ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ରେକି ମିଶନ ପ୍ରତିଷ୍ଠାତା ବିଜ୍ଞାନୀ ଗୁରୁ ଶ୍ରୀ ସନ୍ଥ,ମୁଖ୍ୟ ବକ୍ତାଭାବରେ ଯୋଗଦେଇଥିଲେ ପ୍ରଫେସର ଡ଼ଃ ହିମାଂଶୁ ଶେଖର ବେହେରା, ବରେଣ୍ୟ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କୃତା ବିଶିଷ୍ଟ ସାହିତ୍ୟିକା ସୌଭାଗିନୀ ରାୟ, ବିଶିଷ୍ଟ ଅତିଥିଭାବେ ଯୋଗଦେଥିଲେ ଡ଼ଃ ସୁଲୋଚନା ଦାସ l ସମ୍ପାଦିକା ଶିକ୍ଷାବିତ୍ ରୁନୁବାଳା ମଲ୍ଲିକ, ସହ ସମ୍ପାଦକ ଡ଼ଃ ସୁରେଶ ପ୍ରଧାନ ଓ ନଗେନ୍ଦ୍ର ନାଥ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ l ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ, ଉପସଭାପତି ହେମନ୍ତ କୁମାର ନାୟକ, କୈଳାସ ଚନ୍ଦ୍ର ପ୍ରଧାନ ଓ ସହସମ୍ପାଦକ ଯଯାତି କେଶରୀ ସାମନ୍ତରାୟ l ଶତାଧିକ କବି କବୟିତ୍ରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ l
16