ଏରସମା, 21/04/2026, ଉତ୍କଳ voice news - utkalvoicenews.com (ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
ଜଗତସିଂହପୁର ଜିଲ୍ଲା ଏରସମା ଥାନାରେ ନୂତନ ଭାରାପ୍ରାପ୍ତ ଅଧିକାରୀ ଭାବେ ଯୋଗ ଦେଲେ ଶ୍ରୀଯୁକ୍ତ ପାର୍ଥ ପ୍ରତିମ୍ ବେଉରା ।ତାଙ୍କୁ ଉତ୍କଳ ଭଏସ ଚ୍ୟାନେଲ ତରଫରୁ ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ନିଜ ତରଫରୁ ସାକ୍ଷାତ୍ କରି ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ଥାନାଧିକାରୀ ଶ୍ରୀଯୁକ୍ତ ପାର୍ଥ ପ୍ରତିମ୍ ବେଉରା ନିଜର କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା ସହ କିଭଳି ଭାବରେ ଅନ୍ୟାୟ ଏବଂ ଅପରାଧ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,ସେ ନେଇ ପ୍ରତିଶ୍ରୁତି ଦେଇଥିଲେ।ସେ ଏରସମା ଥାନାକୁ ଅଧିକାରୀ ହୋଇ ଆସିବା ପରେ ଏରସମା ବାସୀଙ୍କ ମନରେ ଖୁସି ର ଲହରୀ ଖେଳି ଯାଇଛି।ଶ୍ରୀଯୁକ୍ତ ପାର୍ଥ ପ୍ରତିମ୍ ବେଉରା ଜଣେ କର୍ତ୍ତବ୍ୟ ନିଷ୍ଠ officer ହେବା ସହିତ ବ୍ୟକ୍ତିଗତ ଜୀବନରେ ଜଣେ ଭଲ ମଣିଷ।