ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଞ୍ଜିଆକଣ ଗୋଠର ରାଧାକୃଷ୍ଣ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଏରସମା, 21/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକର ସୋମପୁର ପଞ୍ଚାୟତର କାଞ୍ଜିଆକଣ ଗୋଠ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠାର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା, ଘୃତଯଜ୍ଞ ଓ ମନ୍ଦିରର ପୂଜାର୍ଚ୍ଚନା ଓ ହୋମଯଜ୍ଞ ଯଥା ବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାଞ୍ଜିଆକଣ ଗୋଠର ବିଭିନ୍ନ ଗ୍ରାମର ଗୋପାଳ ଭାଇ ମାନେ ଘୋଡାଡିଆ ପାଟଣା, କାଞ୍ଜିଆକଣ, କାମପଡା, ସନ୍ତୋଳ ପ୍ରଭୁତି ଗ୍ରାମର ଗୋପାଳ ଭାଇ ମାନେ ଏହି କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ ଗୋବିନ୍ଦ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍କଳ ଯାଦବ ମହାସଭା ର ସମ୍ପାଦକ ତଥା ଜଗତସିଂହପୁର ଜିଲ୍ଲା ପଯ୍ୟବେକ୍ଷକ ତ୍ରିଥବାସୀ ବେହେରା,ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତ ଥା ବାଲିକୁଦା ବ୍ଲକ ଯାଦବ ମହାସଭା ର ସଙ୍ଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା,ସାଲେପୁର ଯାଦବ ମହାସଭା ର ସଭାପତି ଅନନ୍ତ ଗୋପାଳ ଦାସ, ଦିପକ ଯାଦବ, ବ ୟାଳିଶ ମୌଜା ଯାଦବ ମହାସଭା ର ସମ୍ପାଦକ ପ୍ରସନ କୁମାର ବେହେରା, ଲକ୍ଷ୍ମୀଧର ବେହେରା,ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ବିଧାୟକ ଡ଼ ଲଲା ଟେନ୍ଦୁ ମହାପାତ୍ର, ବିଜେପି ନେତା ସତ୍ୟ ସାରଥୀ ମହାନ୍ତି,ସମାଜସେବୀ ସଂଜୀବ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଗୋପାଳ ଜାତିର ଏତିହ୍ୟ ପରମ୍ପରା ଓ ସସ୍କୃତି ଉପରେ ଆଲୋକପାତ କରିଥିଲେ।ଏହି କାଯ୍ୟକ୍ରମରେ ଗୋଠ ବେହେରା ଅମୁଲ୍ୟ ବେହେରା,ମାନ ଗୋବିନ୍ଦ ଦାସ, ଚିତ୍ରସେନ ବେହେରା, ଚିନ୍ମୟ ଦାସ,ଅଭୟ ବେହେରା, ଧ୍ରୁବ ଚରଣ ଦାସ, ହେମନ୍ତ ଦାସ, ଅଜୟ ଦାସ, ଅରବିନ୍ଦ ଦାସ ,ପପୁ ଦାସ, ପ୍ରହଲା ଦ ଦାସ,ଶିବ ଚରଣ ଦାସ,ଧର୍ମାନ ନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲା ବେଳେ ଗୋଠର ସମସ୍ତ ଗୋପାଳ ଭାଇ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକନୃତ୍ୟ, କାଠି ଲଉଡ଼ି ଖେଳ ଓ ରାମଲୀଳା ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
6