ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ବିବାହ ବନ୍ଧନ ରେ ବାନ୍ଧିହେଲେ 28 ଯୋଡି ବର କନ୍ୟା ।

ଜଗତସିଂହପୁର, 21/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆଜି ଜଗତସିଂହପୁର ଜିଲ୍ଲାରେ ୨୮ଯୋଡ଼ା ବର କନ୍ୟାଙ୍କର ଗଣ ବିବାହ କରା ଯାଇଛି। ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଏହି ଗଣ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଆର୍ଥିକ ଅନଗ୍ରସର, ଦଳିତ ଏବଂ ଅନୁସୂଚିତ ସମ୍ପ୍ରଦାୟର କନ୍ୟା ଓ ବର ମାନଙ୍କୁ ପ୍ରଶାସନ ବିବାହ କରାଇଛି। ଏହି କାର୍ଯ୍ୟକ୍ରମ ରେ ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପରିଷଦ ସଭାପତି ମନୋଜ ଭୋଇ,ଜିଲାପାଳ ଜେ ସୋନାଲ ଓ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ, ପ୍ରମୁଖ ଯୋଗଦେଇ ନବ ଦମ୍ପତି ମାନଙ୍କୁ ଆଶୀର୍ବାଦ କରିଥିଲେ।
Article Image
ସାଧାରଣତ ଝିଅଟିଏ ଯେଉଁ ପରିବାରରେ ଥାଏ, ସେହି ପରବାରର ପ୍ରମୁଖଙ୍କ ଚିନ୍ତା ଥାଏ । କିପରି ଝିଅଟିକୁ ଭଲ ବର ପାତ୍ର ଟିଏ ଯୋଗାଡ଼ କରି ଝିଅକୁ ବିବାହ କରାଇବେ। ହେଲେ ଆଜିର ବ୍ୟୟ ବହୁଳ ସମୟରେ ଝିଅ ବିବାହ କରାଇବା ସହଜ କଥା ନୁହେଁ। ମାତ୍ର ରାଜ୍ୟ ସରକାରଙ୍କ କନ୍ୟା ବିବାହ ଯୋଜନା ଅନେକ ଗରିବ ବାପା ମାଙ୍କ ଚିନ୍ତା ଦୂର କରିଛି। ଆଜି ଜଗତସିଂହପୁର ରେ 28 ଯୋଡି ବରକନ୍ୟା ମୁଣ୍ଡରେ ବାହା ମୁକୁଟ ପିନ୍ଧି ବେଦିରେ ବସିବା ସହ ଅଗ୍ନିଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯୋଡି ମହୁରୀ ସାଙ୍ଗକୁ ହୁଳହୁଳି ଓ "ଯଥା ରାବଣସ୍ୟ ମନ୍ଦଦୋରୀ" ମନ୍ତ୍ରରେ କମ୍ପି ଉଠିଥିଲା ଜିଲାପାଳ ଙ୍କ କାର୍ଯ୍ୟାଳୟ ପଡିଆ । ଅନ୍ୟପଟେ ଏହି ବିବାହରେ ନବ ଦମ୍ପତି ମାନେ ମଧ୍ୟ ବେଶ ଖୁସୀବ୍ୟକ୍ତ କରିଛନ୍ତି।
Article Image
ଜିଲାର ବିଭିନ୍ନ ସ୍ବେଛାସେବୀ ସଂଗଠନଙ୍କ ସହାୟତାରେ ୨୮ଯୋଡ଼ା ବର ଓ କନ୍ୟାଙ୍କ ବିବାହ ସମ୍ପନ୍ନ କରାଯାଇଥିଲା। ଏହି ଗଣ ବିବାହରେ ଅନ୍ତର୍ଭୁକ୍ତ ହେବାପାଇଁ କନ୍ୟା ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସହିତ ବିବାହ ପଞ୍ଜିକରଣ ର ବ୍ୟବସ୍ଥା କରିଥିଲା ପ୍ରଶାସନ। ଏହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଥିଲା । ଜଗତସିଂହପୁର ବିଧାୟକ ଓ ଜିଲ୍ଲାପାଳ ନିଜେ ବେଦିରେ ବସି କନ୍ୟା ଦାନ କରିବା ସହିତ ଉପହାର ମଧ୍ୟ ପ୍ରଦାନ କରିଥିଲେ ।
Article Image
ରାଜ୍ୟ ସରକାରଙ୍କ ଏପରି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରା ଯାଇଥିବା ସହ ଆଗାମୀ ଦିନରେ ଏହାକୁ ଅଧିକ ସକ୍ରିୟ କରାଯାଇ ଅନ୍ୟ ଯୁବକ ଯୁବତୀ ମାନଙ୍କୁ ମଧ୍ୟ ଉତ୍ସାହିତ କରାଯିବା ଜରୁରୀ ହୋଇ ପଡିଛି ।
5