ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରହ୍ମ ଜଗନ୍ନାଥ ମିଶନ ର ନବମ ବାର୍ଷିକ ଉତ୍ସବ

କୁଜଙ୍ଗ , 21/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବ୍ରହ୍ମ ଜଗନ୍ନାଥ ମିଶନ ର ନବମ ବାର୍ଷିକ ଉତ୍ସବ ଜ୍ୟୋତି ଜଗନ୍ନାଥ ପୀଠ ଠାକୁର ବାଟି ତାଳଦଣ୍ଡା ରେ ଖୁବ ଧୁମ ଧାମ ରେ ଅନୁଷ୍ଠିତ ହୋଇ ଯାଇଛି,ଏହି ଅବସରରେ ଏକ ଦିବଶୀୟ ବିଶ୍ୱ ଶାନ୍ତି ମହା ଯଜ୍ଞ, ନାମ ଯଜ୍ଞ ଅନ୍ନ ଯଜ୍ଞ, ସହ ବିଭିନ୍ନ ସାଂସ୍କୁତ୍ତିକ କାର୍ଯ୍ୟକ୍ରମ ଓ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ସହ କବିତା ପାଠ ର କାର୍ଯ୍ୟକ୍ରମ ହୋଇଯାଇଛି, ରାଜ୍ୟ ର କୋଣ ଅନୁକୋଣ ରୁ କବି ଓ ଲେଖକ ଙ୍କ ସମେତ ବହୁ ପ୍ରତିଭା ମାନ ବ୍ୟକ୍ତି ଙ୍କୁ ଦେଖିବାକୁ ମିଳିଥିଲା, କିଛି କଥା କିଛି କବିତା ଆସର ପରେ ବହୁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା, ଅପରାହ୍ନ ରେ ବହୁ କାର୍ଯ୍ୟ ରତ ସାମ୍ୱାଦିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ସହ ବୃକ୍ଷ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅନୁଷ୍ଠାନର ଅଧ୍ୟକ୍ଷ କ୍ୟାପଟେନ ସଂଜୀବ କୁମାର ମୁଦୁଲି ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନ ରେ କାର୍ଯ୍ୟ କ୍ରମ ଆୟୋଜିତ ହୋଇଥିବା ବେଳେ,ଉପସ୍ଥାପନା କରିଥିଲେ ଶ୍ରୀଯୁକ୍ତ ଅଭି ନନ୍ଦନ ଦାସ, କିଛି କଥା କିଛି କବିତା କାର୍ଯ୍ୟକ୍ରମ ର ସମ୍ପାଦିକା ଭାବେ ରୀନା ବାଳା ମଲ୍ଲିକ ଦାୟିତ୍ୱ ନିଭାଇ ଥିବା ବେଳେ ପ୍ରଥମ ଅଧିବେଶନ ର ମୁଖ୍ୟ ଅତିଥି ଭାବେ ରେକୀ ମିଶନ ର ପ୍ରତିଷ୍ଠାତା ବିଜ୍ଞାନୀ ଗୁରୁ ଶ୍ରୀ ସନ୍ଥ ଯୋଗ ଦେଇଥିଲେ, କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼ଃ ହିମାଂଶୁ ଶେଖର ଖଟୁଆ ଓ ବିଶିଷ୍ଟ ଅତିଥି ଡ଼ଃ ସୁଲୋଚନା ଦାସ, ବରଣ୍ୟ ଅତିଥି ଡ଼ଃ ସୌଭାଗିନୀ ରାୟ ପ୍ରମୁଖ ଯୋଗ ଦେଇଥିଲେ, ଦ୍ୱିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, ମୁଖ୍ୟ ବକ୍ତା ଡ଼ଃ ଇତି ରାଣୀ ସାମନ୍ତ, ବରଣ୍ୟ ଅତିଥି ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ ଅଧକ୍ଷ ପାରାଦ୍ୱୀପ ପୌର ପରିଷଦ,ବିଶିଷ୍ଟ ଅତିଥି ଡ଼ଃ ପ୍ରସନ କୁମାର ବେଉରା, ଯୋଗ ଦେଇଥିଲେ, ଅପରାହ୍ନ ରେ ପୁରସ୍କାର ବିତରଣ ସହ ସାଂସ୍କୃତିକ କାର୍ଯ୍ୟ, ଓ ପୃ୍ଣ୍ଣାହୁତି ସମ୍ପନ୍ନ ହେବା ସଂଗେ ଶ୍ରୀ ଜୀଉ ଙ୍କ ସନ୍ଧ୍ୟା ଆଳତି ଦର୍ଶନ ଅତ୍ୟନ୍ତ ମନ ମୁଗ୍ଧ କର ଥିଲl
Article Image
12