ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସିବିଏସଇ ପରୀକ୍ଷାରେ ଭି.ଅନ୍ବେସା ରାଜୁ ସ୍କୁଲ ଟପ୍ପର

ବୁଗୁଡ଼ା, 21/04/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲର ଛାତ୍ରୀ ତଥା ମାତା- ଭି.ହାରିକା ରାଜୁ ଓ ପିତା- ଭି.କୁବେରଶ୍ବର ରାଜୁ ଙ୍କ ସୁକନ୍ୟା ଭି.ଅନ୍ବେସା ରାଜୁ ଦଶମ ସିବିଏସଇ ପରୀକ୍ଷାରେ ମୋଟ ୯୬.୨ % ମାର୍କ ରଖି ସ୍କୁଲ ଟପ୍ପର ହୋଇ ଗୌରବ ଅର୍ଜନ କରିଛନ୍ତି। ଏହି ଗୌରବ ପାଇଁ ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲ ପକ୍ଷରୁ ପ୍ରିନ୍ସପାଲ ବାଲଗୋପାଳ ଶତପଥୀ, ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ ଟପର ହୋଇଥିବା ଭି.ଅନ୍ଵେସା ରାଜୁଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସମ୍ମାନ ପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ। ପ୍ରଫୁଲ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ଶିକ୍ଷାନୁଷ୍ଠାନର ସଭାପତି ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟ ଯେଉଁ ଛାତ୍ରଛାତ୍ରୀ ବୃନ୍ଦ ଉତ୍ତମ ମାର୍କ ରଖିଛନ୍ତି ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
Article Image
10