ଏରସମା, 22/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)

ଜଗତସିଂହପୁର ଜିଲ୍ଲା ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏକ ଅଘଟଣ।ଓଲରା ପଦ୍ମପୁର ରୁ ସୁଶିଲ କୁମାର ସାହୁ ଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପ୍ରଧାନ ଓ ତାଙ୍କ ଶାଶୁ ପାଞ୍ଚ ମାସର ଶିଶୁ (ଶ୍ରୀୟାଂଶୁ ସାହୁ)ର ହାତ ଖୁଆରେ ଏକ ଗୁଲି ଭଳିଆ କିଛି ହୋଇଥିବା ଏକ ସମସ୍ୟା ନେଇ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ।ସେଠାରେ ଡକ୍ଟର ବ୍ଲଡ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ laboratary ରେ ଟେଷ୍ଟ କରୁଥିବା ଷ୍ଟାଫ ଯାହାଙ୍କ ନାମ "ସବିତା ପ୍ରଧାନ" ବ୍ଲଡ ଟାଣିଲା ବେଳେ ହାତକୁ ଚାପିଦେବାରୁ ହାତର ହାଡ଼ ଛାଡ଼ି ଯାଇଥିଲା।ପିଲାଟି କାନ୍ଦିବାରୁ ଡକ୍ଟର ଏକ୍ସରା କରାଇଥିଲେ।ଏକ୍ସରା ରିପୋର୍ଟରୁ ହାତ ର ହାଡ ଛାଡ଼ି ଜାଇଥିବା ଜଣାପଡିଲା।ପରେ ଡକ୍ଟର ପିଲାଟିର ହାତର ହାଡ କୁ ଟାଣି ଠିକ୍ କରିଦେଇଥିଲେ।ପିଲାଟିର ବାପା ସୁଶିଲ କୁମାର ସାହୁ କାମରୁ ଫେରି ମେଡିକାଲ ଆସିଥିଲେ।ସକାଳ ୮ଟାରୁ ଆସି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମେଡିକାଲ ରେ କାଟିବାକୁ ପଡ଼ିଥିଲା ମା ଛୁଆ ଙ୍କୁ।ଶେଷରେ ଡକ୍ଟର ମେଡିସିନ ଦେଇ ଯିବାକୁ କହିଥିଲେ।ହେଲେ ପରିବାର ଅଭିଯୋଗ ଆଣିଛନ୍ତି ଯେ ଯଦି କୋଉ ଭରଷାରେ ଆମେ ମେଡିକାଲ କୁ ଆସିବୁ ସାମାନ୍ୟ ଟିକେ ଅସୁବିଧା ପାଇଁ ଆମ କୁ ଏତେବଡ଼ ଅସୁବିଧା ଭୋଗିବାକୁ ପଡ଼ିଲା।ଦିନ ମଜୁରିଆ ଆମେ ଗରିବ ଶ୍ରେଣୀର ଲୋକ।ଆଉ ଆମ ପିଲା ସହିତ ଯାହା ହେଲା ସେ ଆଉ କାହା ସହିତ ନ ହେଉ ବୋଲି ପିଲାର ବାପା,ମା ପ୍ରକାଶ କରିଛନ୍ତି।କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି ଯଦି ମେଡିକାଲ ଷ୍ଟାଫ କିପରି ଏମିତି ଅସାବଧାନ ହୋଇପାରିଲେ।
