ଏରସମା, 23/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗ ପଞ୍ଚାୟତ ଭୂୟାଁପାଳ ଠାରେ ବାଲିତୁଠ ମଣ୍ଡଳ ସ୍ତରୀୟ ବିଜେପି କର୍ମକର୍ତ୍ତା ମାନଙ୍କ ବୈଠକ ଓ ବନ୍ଧୁମିଳନ ବରିଷ୍ଠ ବିଜେପି ନେତା ସୈ।ରୀ ସାମନ୍ତରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ସାତଗୋଟି ପଞ୍ଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଅଷ୍ଟମତମ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏହି ଜୋନ୍ ର ଦିବଙ୍ଗତ କାର୍ଯ୍ୟକର୍ତ୍ତା ବିଜୟ ଦାସ, ନିରଞ୍ଜନ ପରିଡା, ବ୍ରଜକିଶୋର ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ଏହି ବୈଠକରେ ବିଜେପିର ବିଚାରଧାରା ବିଷୟରେ ଆଲୋକପାତ କରାଯାଇଥିଲା। ଉକ୍ତ ବୈଠକରେ ବିଜେପିର ବରିଷ୍ଠ ନେତା କ୍ଷେତ୍ର ମୋହନ ସାହୁ, ମଣ୍ଡଳ ସଭାପତି ବିକ୍ରମ ଜିତ୍ ସାମନ୍ତରାୟ, ପୂର୍ବତନ ମଣ୍ଡଳ ସଭାପତି ସାରଦା ସତପଥି, ମଣ୍ଡଳ ସାଧାରଣ ସଂପାଦକ ଶିବ ପ୍ରସାଦ ମଲ୍ଲ,ଚଟୁଆ ପଞ୍ଚାୟତ ପ୍ରମୁଖ ବିପିନ୍ ନାୟକ, ଗଡ଼କୁଜଙ୍ଗ ପଞ୍ଚାୟତ ପ୍ରମୁଖ ସଂଗ୍ରାମ ବେହେରା, ଢିଙ୍କିଆ ପଞ୍ଚାୟତ ପ୍ରମୁଖ ଦିଲୀପ ବର୍ଦ୍ଧନ,ନୂଆଗାଁ ପଞ୍ଚାୟତ ପ୍ରମୁଖ ସରୋଜ ଦାସ, ପ୍ରକାଶ ପାଳ, ସାରଦା ପ୍ରସନ୍ନ ସ୍ୱାଇଁ,ପଲ୍ଲଭ ବିହାରୀ ପଟ୍ଟନାୟକ, ପ୍ରଶାନ୍ତ କୁମାର ସ୍ୱାଇଁ,ଶୁଶାନ୍ତ ସ୍ୱାଇଁ, ରଞ୍ଜନ ଦାସ, ପବିତ୍ର ମୋହନ ମଙ୍ଗରାଜ, ବାଇଧର ମଲ୍ଲିକ,ଅବନି ଭୂୟାଁ,ଟଙ୍କଧର ମହାପାତ୍ରଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।