ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

ଢେଙ୍କାନାଳ, 23/04/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ମାର୍ଚ୍ଚ ମାସରେ ଜିଲ୍ଲାରେ ଅଧିକ ଦୁର୍ଘଟଣା ଘଟିବା ସହିତ ଅଧିକ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ହେତୁ ସମସ୍ତ ରାସ୍ତା ଡ଼ିଭାଇଡ଼ର ସ୍ଥାନରେ ଆବଶ୍ୟକ ଚ଼ିହ୍ନଟ ଫଳକ ଲଗାଇବାକୁ, ସମସ୍ତ ହମ୍ପସକୁ ଧଳାରଙ୍ଗରେ ଚିହ୍ନଟ କରିବା ସହିତ ସାଇନେଜ ଲଗାଇବାକୁ ଏବଂ ସ୍କୁଲ ଓ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକରେ ସାଇନେଜ ଓ ବାରିକେଡିଂର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲାକ ଷ୍ପଟ ଗୁଡ଼ିକରେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର ଓ ଚ଼ିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ । କଲେଜ ବାଇପାସ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ଆଲୋକିକରଣ କାର୍ଯ୍ୟ ଶୀଘ୍ର ସାରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଲେଜ ବାଇପାସ ସ୍ଥିତ ଡ୍ରେନ୍ କାର୍ଯ୍ୟ ଓ ଫ୍ଲାଏ ଓଭର ତଳ ବାଇପାସ ରାସ୍ତାକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ କହିଥିଲେ । ଦୁର୍ଘଟଣାକୁ ରୋକିବା ପାଇଁ ଜିରିଡ଼ାମାଳି, କାମାକ୍ଷାନଗର , ଭୁବନ କାଳି ବଜାର, କୁରୁମ ଟାଙ୍ଗର ଆଦି ଛକ ଗୁଡ଼ିକରେ କଂକ୍ରିଟ ବ୍ଳକ୍ ରଖି ଗାଡ଼ି ଚ଼ଳାଚ଼ଳ ନିୟନ୍ତ୍ରଣ ପାଇଁ ଆଲୋଚନା ହୋଇଥିଲା । ବସ୍ ଷ୍ଟାଣ୍ଡ ପରିସରରେ ବସ୍ ଯାତାୟତର ସମୟ ନିର୍ଘଣ୍ଟ ଥିବା ସ୍ଥାୟୀ ଫଳକ ଲଗାଇବାକୁ ଜିଲ୍ଲାପାଳ କହିଥିଲେ । ଅନୁଗୁଳରୁ ଆଠଗଡ଼ ଦେଇ ଖୁଣ୍ଟୁଣୀ ପର୍ଯ୍ୟନ୍ତ ପ୍ରାୟ ୧୦୦ କି.ମି. ରାସ୍ତାକୁ ରାଜ୍ୟ ରାଜପଥର (୬୫୫ ନଂ)ମାନ୍ୟତା ପ୍ରଦାନ କରାଯାଇଛି ବୋଲି ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ୫୭ ଟି ଦୁର୍ଘଟଣା ଘଟି ମୋଟ ୪୩ ଜଣ ଆହତ ହୋଇଥିବା ବେଳେ ୨୧ ଜଣ ମୃତ୍ୟୁ ବରଣ କରିଛନ୍ତି, ଗତ ବର୍ଷ ମାର୍ଚ୍ଚ ସୁଦ୍ଧା ରାସ୍ତା ଦୁର୍ଦ୍ଧଟଣାରେ ୬୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଚ଼ଳିତ ବର୍ଷ ମାର୍ଚ୍ଚସୁଦ୍ଧା ୫୧ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୂଚ଼ନା ଦେଇଛନ୍ତି । ରାସ୍ତାରେ ଯାଞ୍ଚ ସମୟରେ, ୯୨ ଜଣ ମଦ୍ୟପ ଗାଡ଼ି ଚାଳକ ,୮୯ ଟି ୨ ଚ଼କିଆ ଗାଡ଼ିରେ ୩ ଜଣିଆ ଯାତ୍ରୀ, ୩୬୦ ଜଣ ମୋବାଇଲ ବ୍ୟବହାରକାରୀ, ୩୮୧ ବିନା ସିଟବେଲଟ୍ ପିନ୍ଧା ଗାଡ଼ି ଚାଳକ ଏବଂ ୧୧୮୯ ଜଣ ବିନା ହେଲମେଟ ଗାଡ଼ି ଚାଳକଙ୍କୁ ଚ଼ିହ୍ନଟ କରାଯାଇ ଜୋରିମାନ କରାଯାଇଛି । ୧୫୪୧ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ ପ୍ରକାଶ କରିଛନ୍ତି । ଏହି ବୈଠକରେ, ସଦର ଉପ-ଜିଲ୍ଲପାଳ ଶ୍ରୀ ବିବୁଧ ଗଡ଼ନାୟକ, କମିଟିର ସମସ୍ତ ସଦସ୍ୟ, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
5