ଜଗତସିଂହପୁର, 23/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

କୁଜଙ୍ଗ ଥାନା ଅନ୍ତର୍ଗତ ମା" ବଜ୍ର ମହାକାଳୀ ଯୁବ ପରିଷଦ ଗୈlରପଡା ଆନୁକୁଲ୍ୟରେ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ମଞ୍ଚ ମଞ୍ଜୁଳ ନାଟ୍ୟ ସଂଗଠନ ଜଗତସିଂହପୁର ଚମ୍ପିୟାନ ହୋଇଥିଲା। ଚାରିଦିନ ବ୍ୟାପି ବିଭିନ୍ନ ଡ୍ରାମାଟିକ୍ ର କଳାକାର ମାନେ ନାଟକ ପରିବେଷଣ କରିଥିଲେ। ମଞ୍ଚ ମଞ୍ଜୁଳ ନାଟ୍ୟ ସଂଗଠନ ଜଗସିଂହପୁର ଦ୍ଵାରା ଡ଼ ନିହାର ରଞ୍ଜନ ମହାନ୍ତିଙ୍କ ରଚିତ ଏକ ଆଖି କାନ୍ଦୁଛି ତୋରି ପାଇଁ ଶ୍ରେଷ୍ଠ ନାଟକ ହୋଇଥିବା ବେଳେ ମା" ଶ୍ୟାମାକାଳୀ ଡ୍ରାମାଟିକ୍ କ୍ଲବ ଉଦୟବଟ ପାରାଦୀପ ଦ୍ଵାରା ନାଟକ ତୋ ହସରେ ମୁଁ ଲୁହରେ ମୁଁ ଉପ ବିଜେତା ହୋଇଥିଲା।
ବିଚାରକ ଗୈlତ୍ତମ ଚନ୍ଦ୍ର ଜେନା ଚମ୍ପିୟାନ ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ।ବିଚାରକ ଭାବେ ଡ଼ ଦେବଦତ୍ତ ସାମନ୍ତରାୟ,ମଳୟ ରାଉତ ଓ ଗ୍ୟୈlତ୍ତମ ଚନ୍ଦ୍ର ଜେନା,କେଶବ ଚନ୍ଦ୍ର ଦଳାଇ ଉପସ୍ଥିତ ଥିଲେ। ଶ୍ରେଷ୍ଠ ଶୃଙ୍ଖଳିତ ଦଳ ମଞ୍ଚ ମଞ୍ଜୁଳ ନାଟ୍ୟ ସଂଗଠନ ଜଗସିଂହପୁର ହୋଇଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସଂପଦ କୁମାର ବେହେରା ପୁରସ୍କୃତ ହୋଇଥିଲେ। ଶ୍ରେଷ୍ଠ ନାୟକ ଭାବେ ଆଶୁତୋଷ ତ୍ରିପାଠୀ, ଶ୍ରେଷ୍ଠ ଖଳନାୟକ ଶଶିକାନ୍ତ ସାହୁଙ୍କ ସହିତ ମଞ୍ଚ ମଞ୍ଜୁଳ ନାଟ୍ୟ ସଂଗଠନ ଜଗସିଂହପୁରର ୧୧ ଜଣ କଳାକାର ପୁରସ୍କୃତ ହୋଇଥିଲେ। ମା" ଶ୍ୟାମାକାଳୀ ଡ୍ରାମାଟିକ୍ କ୍ଲବ ଉଦୟବଟ ପାରାଦୀପର ଶ୍ରେଷ୍ଠ ହାସ୍ୟ ଅଭିନେତା ରଞ୍ଜନ ସାହୁ, ଶ୍ରେଷ୍ଠ ହାସ୍ୟ ରସିକ ନିମାଇ ବେହେରା ପୁରସ୍କୃତ ହୋଇଥିଲେ।ମା" ବଜ୍ର ମହାକାଳୀ ଯୁବ ପରିଷଦ ଗୈlରପଡା,ତାଳଦଣ୍ଡାର ସମସ୍ତ ଗ୍ରାମବାସୀମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିଥିଲେ।
