ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୃଦ୍ଧଖୋଲ ମହୋତ୍ସବ ଉଦଘାଟିତ

ବୁଗୁଡ଼ା, 09/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ):
Article Image
ଐତିହାସିକ ଶୈବପୀଠ ବୃଢ଼ାଖୋଲ ପାଦଦେଶରେ ତିନିଦିନିଆ ବୃଦ୍ଧଖୋଲ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି।ବୃଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ପୌରହିତ୍ୟରେ ଉଦଘଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଥିବା ବେଳେ ଅତିଥି ଥିଲେ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ,କବିସୂର୍ଯ୍ୟନଗର ବିଧାୟିକ ପ୍ରତାପ ଚନ୍ଦ୍ର ନାୟକ ମଞ୍ଚାସୀନ ଥିଲେ।ବୁଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ,ବିଡ଼ିଓ ଦୁତିକୃଷ ପାତ୍ର,ତହସିଲଦାର ତାପସ ରାଉତ, ଏସଡିପିଓ ସୁଜିତ କୁମାର ନାୟକ,ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସତ୍ୟରଞ୍ଜନ ପରିଡ଼ା ଯୋଗଦେଇଥିଲେ।ବୁଗୁଡ଼ା ବ୍ଲକ୍ କୃତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
1