ଏରସମା, 23/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ପାଇଁ ଏରସମା ପୋଲିସ ପକ୍ଷରୁ ‘ଆମ ପୋଲିସ ସମିତି’ର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଏସଡିପିଓ ଅଜୟ କୁମାର ଦାସ ଓ ନୂତନ ଥାନା ଅଧିକାରୀ ପାର୍ଥ ପ୍ରତିମ୍ ବେଉରା ଓ ଏଏସ ଆଇ ବିଶ୍ୱଜିତ ଗଡ୍ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟ କର୍ମରେ,ସର୍ବପ୍ରଥମେ ନୂତନ ଥାନା ଅଧିକାରୀ ପାର୍ଥ ପ୍ରତିମ୍ ବେଉରା "ଆମ ପୋଲିସ ସମିତି"କାର୍ଯ୍ୟ କଳାପ ବିଷୟରେ ଆଲୋଚନା କରିଥିଲେ।ଉକ୍ତ ବୈଠକରେ ପୋଲିସ ଅଧିକାରୀ,୧୯ ପଞ୍ଚାୟତ ରୁ ଆସିଥିବା ସ୍ଥାନୀୟ ପ୍ରତିନିଧ,ସାଧାରଣ ନାଗରିକ,ବରିଷ୍ଠ ନାଗରିକ,ସାମ୍ବାଦିକ ବନ୍ଧୁମାନେ ଯୋଗଦେଇ ସମାଜର ବିଭିନ୍ନ ସମସ୍ୟା ଓ ସେଗୁଡିକର ସମାଧାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ଶାନ୍ତପୂର୍ଣ ଓ ସୁସ୍ଥ ସମାଜ ଗଠନ ପାଇଁ ମଦ, ଗଞ୍ଜେଇ ଓ ବ୍ରାଉନ ସୁଗାର ଭଳି ମାଦକ ଦ୍ରବ୍ୟର ବ୍ୟବହାର ଓ ବ୍ୟାପାରକୁ କଠୋର ଭାବେ ନିୟନ୍ତ୍ରଣ କରିବା ଉପରେ ଜୋର ଦିଆଯାଇଥିଲା। ଏହି ଅଭିଯୋଗକୁ ଆହୁରି ତେଜ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସେହିପରି ସଡ଼କ ଦୁର୍ଘଟଣା ସମସ୍ୟାକୁ ନେଇ ମଧ୍ୟ ଗଭୀର ଚର୍ଚ୍ଚା ହୋଇଥିଲା। ବିଶେଷକରି ଯାତାୟତ ସମୟରେ ମୋବାଇଲ ଫୋନ ବ୍ୟବହାର ଓ ଅତ୍ୟଧିକ ଗତିରେ ଗାଡି ଚଳାଇବାକୁ ଦୁର୍ଘଟଣାର ପ୍ରମୁଖ କାରଣ ଭାବେ ଉଲ୍ଲେଖ କରାଯାଇଥିଲା।ଏହାକୁ ରୋକିବା ପାଇଁ ସଚେତନତା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧୂକାରୀ କହିଛନ୍ତି। ଅସାମାଜିକ ଓ ଅନୈତିକ କାର୍ଯ୍ୟକଳାପକୁ ରୋକିବା ନିମନ୍ତେ ବିଶେଷ ଯୋଜନା ପ୍ରସ୍ତୁତ କରାଯାଇଥିବା ସହ ବୃଦ୍ଧି ପାଉଥିବା ସାଇବର କ୍ରାଇମ ଓ ଅନଲାଇନ୍ ଠକେଇ ମାମଲା ଉପରେ ସଚେତନତା ଜାଗୃତ କରିବାକୁ ଆହ୍ଵାନ କରାଯାଇଥିଲା। ବୈଠକରେ ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧାଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତାଙ୍କ ପ୍ରତି ହେଉଥିବା ଅପରାଧକୁ ନିଷ୍ପରି ନିଆଯାଇଥିଲା। ସେହିପରି ଚୋରି ଓ ଡକାୟତି ଭଳି ଅପରାଧ
କୁ ରୋକିବା ପାଇଁ ରାତ୍ରି ପ୍ୟାଟ୍ରୋଲିଂ ବୃଦ୍ଧି, ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜରରଖିବା ଓ ସାଧାରଣ ଲୋକଙ୍କ ସହଯୋଗକୁ ଆହୁରି ମଜବୁତ କରାଯିବ ବୋଲି ପୋଲିସ ଯୋଜନା କରିଛି। ସମଗ୍ର ଭାବେ ‘ଆମ ପୋଲିସ ସମିତି’ ବୈଠକ ମାଧ୍ୟମରେ ସମାଜରେ ଶାନ୍ତି, ସୁରକ୍ଷା ଓ ସମନ୍ବୟ ବଢ଼ାଇବାକୁ ପୋଲିସ ଆଶା ପ୍ରକାଶ କରିଛି।ସର୍ବଶେଷରେ ଏଏସ ଆଇ ତପନ କୁମାର ବେହେରା ଧନ୍ୟ ବାଦ୍ ଦେଇ ସଭା ସାଙ୍ଗ କରିଥିଲେ।
