ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ନୂତନ ଥାନାଅଧିକାରୀଙ୍କୁ ଏରସମା ବ୍ଲକ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା।

ଏରସମା, 23/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ଥାନାରେ ନୂତନ ଭାରାପ୍ରାପ୍ତ ଅଧିକାରୀ ଭାବେ ଯୋଗ ଦେଲେ ଶ୍ରୀଯୁକ୍ତ ପାର୍ଥ ପ୍ରତିମ୍ ବେଉରା ।ତାଙ୍କୁ ଏରସମା ବ୍ଲକ ସାମ୍ବାଦିକ ସଂଘ ର ସଭାପତି ଚନ୍ଦ୍ରଜୀତ ଦାସ,ସମ୍ପାଦକ ତୃପ୍ତି ରଞ୍ଜନ ମହାନ୍ତି ଙ୍କ ସହିତ ସଂଘର ର ସମସ୍ତ ସଦସ୍ୟ ସାକ୍ଷାତ୍ କରି ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ଥାନାଧିକାରୀ ଶ୍ରୀଯୁକ୍ତ ପାର୍ଥ ପ୍ରତିମ୍ ବେଉରା ନିଜର କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା ସହ କିଭଳି ଭାବରେ ଅନ୍ୟାୟ ଏବଂ ଅପରାଧ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,ସେ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏ ଭଳି ଏକ ଯୁବ ପ୍ରତିଭା ପୋଲିସ ଅଫିସରଙ୍କ କାର୍ଯ୍ୟ କଳାପ ମାନ ଶୁଣି ଏରସମା ବାସୀଙ୍କ ମନରେ ଖୁସି ର ଲହରୀ ଖେଳି ଯାଇଛି।ଶ୍ରୀଯୁକ୍ତ ପାର୍ଥ ପ୍ରତିମ୍ ବେଉରା ଜଣେ କର୍ତ୍ତବ୍ୟ ନିଷ୍ଠ ପୋଲିସ ଅଫିସର୍ ହେବା ସହ ବ୍ୟକ୍ତି ଗତ ଜୀବନରେ ଜଣେ ଭଲ ମଣିଷ।
Article Image
12