ଏରସମା, 23/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ବାଲିକୁଦା ବ୍ଲକ୍ ଅନ୍ତର୍ଗତ
ଥାଇଳ ପଞ୍ଚାୟତ ଥାଇଳ ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି କଣ୍ଡୁରି ଚରଣ ଦାସ ଙ୍କ ଗତକାଲି ଅପରାହ୍ନ ରେ ନିଜ ବାସଭବନରେ ପରଲୋକ
ହୋଇଯାଇଛି । ସେ କିଛି ଦିନ ହେବ ଶାରୀରିକ
ଅସୁସ୍ଥ ଥିଲେ । ସେ
ଜଣେ ପରୋପକାରୀ, ଧର୍ମପରାୟଣା,
ମିଷ୍ଠଭାଷୀ, ସହନଶୀଳା ବ୍ୟକ୍ତି ଭାବେ ଗ୍ରାମର ସମସ୍ତଙ୍କର ପ୍ରିୟଭାଜକ ଥିଲେ ।
ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ
ନିଆଯାଇ ଗ୍ରାମ ପରିକ୍ରମା କରି ଗ୍ରାମ ମଶାଣୀରେ ଶେଷକୃତ୍ୟ ସମ୍ପନ୍ନ
କରାଯାଇଥିଲା । ତାଙ୍କର ବଡ଼ପୁଅ ବାଲିକୁଦା ବ୍ଲକ ଯାଦବ ମହାସଭା ର ସଭାପତି ଧର୍ମାନନ୍ଦ ଦାସ ମୁଖାଗ୍ନି
ଦେଇଥିବା ବେଳେ ଜ୍ଞାତି କୁଟୁମ୍ବ ଓ ଅନ୍ୟ ବନ୍ଧୁ ଆତ୍ମୀୟସୁଜନ
ଉପସ୍ଥିତ ଥିଲେ । ଏହି ଦୁଃଖଦ ସମ୍ବାଦ ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।ତାଙ୍କର ବିୟୋଗ ରେ ଉତ୍କଳ ଯାଦବ ମହାସଭାର ସମ୍ପାଦକ ତଥା ଜଗତସିଂହପୁର ଜିଲ୍ଲା ପଯ୍ୟବେକ୍ଷକ ତୀର୍ଥବାସୀ ବେହେରା, ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭା ର ସଙ୍ଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା,ପୂର୍ବତନ ବ୍ଲକ ସଭାପତି ବାବାଜୀ ଚରଣ ଦାସ,ସମ୍ପାଦକ ସୌମେନ୍ଦ୍ର କୁମାର ଦାସ,ଏରସମା ବ୍ଲକ ଯାଦବ ମହାସଭାର ତରୁଣ କୁମାର ଦାସ, ଶିକ୍ଷାବିତ କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ତାଙ୍କର ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।