ଏରସମା, 24/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)

ଦର୍ଶକ ବନ୍ଧୁ ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ରେ ଥିବା ପର୍ଯ୍ୟଟନ ସ୍ଥଳୀ ଶିଆଳି ବେଳାଭୂମି କଥା।ସରକାରଙ୍କ ଦ୍ଵାରା ମାନ୍ୟତା ପ୍ରାପ୍ତ ହୋଇଥିଲେ ସୁଧା ଶିଆଳି ବେଳାଭୂମି ଆଜି ବିପର୍ଯ୍ୟୟ ଅବସ୍ଥାରେ। ଇଲେକ୍ସନ ବେଳେ ଶିଆଳି ସୁରକ୍ଷା ନେଇ ବିଭିନ୍ନ ମହଲରେ,ନେତା - ନେତାମାନଙ୍କ ମଧ୍ୟରେ କଥା କଟା କଟି କେତେ ଯେ କଣ ଚାଲେ କିନ୍ତୁ ଇଲେକ୍ସନ ଜିତିଲା ପରେ ଶିଆଳି ର ସୁରକ୍ଷା କଥା କେହି କାନକୁ ନିଅନ୍ତି ନାହିଁ ,କି ଶିଆଳି ର ରକ୍ଷଣା ବେକ୍ଷଣ କଥା ଚିନ୍ତା କରନ୍ତି ନାହିଁ।ସେ ଯୋଉ ସରକାର ବି କ୍ଷମତା ରେ ରୁହନ୍ତୁ ନା କାହିଁକି। କାହିଁକି ନା ଆପଣ ମାନେ ଦେଖିଥିବେ ଅନେକ ଥର ସମୁଦ୍ର ପାଣି ଜନବସତି ଆଡ଼କୁ ମାଡ଼ି ଆସିଛି।ସମୁଦ୍ର ନିକଟବର୍ତ୍ତୀ ଲୋକମାନେ ଭୟ ଭିତ ହୋଇ ପଡିଛନ୍ତି।ଧୀରେ ଧୀରେ ସମୁଦ୍ର କୁଳ ଲଙ୍ଘୁଛି।ଅନେକ ଥର ସରକାରଙ୍କ ନିକଟରେ ପଥର ବନ୍ଧ ପାଇଁ ଅଭିଯୋଗ ହୋଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ଶିଆଳି ର ସୁରକ୍ଷା ନିମନ୍ତେ କେହି ପଦକ୍ଷେପ ନେଉନାହାନ୍ତି।ଶିଆଳି ନିକଟରେ ପୂର୍ବରୁ ଭିଉ ଟାୱାର ଥିଲା ସେ କିନ୍ତୁ ସମୁଦ୍ର ଢେ଼ଉ ମାଡ଼ ରେ ସେ ବିଲୋପ ହୋଇ ସାରିଲାଣି।ପ୍ରାୟ ପ୍ରତିବର୍ଷ ଦୂର ଦୁରନ୍ତାରୁ ପର୍ଯ୍ୟଟକ ମାନେ ନିଜ ନିଜ ର ଫାମିଲି ସାଥିରେ ପିକିନିକ କରିବା ପାଇଁ ଆସନ୍ତି।ଝାଉଁ ବଣ ସୁଲୁ ସୁଲିଆ ପବନ ସାଙ୍ଗକୁ ସମୁଦ୍ରର ଢେଉ ।ଆନନ୍ଦ ଉଲ୍ଲାସ ର ସହିତ ମଜା ନିଅନ୍ତି ପର୍ଯ୍ୟଟକ କିନ୍ତୁ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ଝାଉଁ ଗଛ ସବୁ ଧୀରେ ଧୀରେ ଲୋପ ହୋଇଗଲାଣି। ଦୁର୍ଗନ୍ଧ ରେ ଫାଟି ପଡୁଛି ସେ ଅଞ୍ଚଳ।ଖାଲି ପଲିଥିନି ଆଉ ମଦ ବୋତଲ। ବିପର୍ଯ୍ୟୟ ଅବସ୍ଥାରେ ବର୍ତ୍ତମାନ ଶିଆଳି।ଏରସମା ବ୍ଲକ ସାମ୍ବାଦିକ ସଂଘ ଗ୍ରୀଷ୍ମ ଛୁଟି ମନେଇବା ପାଇଁ ଶିଆଳି ଯାଇଥିଲେ।ସେମାନଙ୍କ ନଜରକୁ ଆସିଥିଲା କିଛି ଏପରି ଦୃଶ୍ୟ।ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ।ଏରସମା ବ୍ଲକ ସାମ୍ବାଦିକ ସଂଘ ତରଫରୁ ଶିଆଳି ର ସୁରକ୍ଷା ଓ ରକ୍ଷଣା ବେକ୍ଷଣ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।ଯଦି ସରକାର ଏହି ଗ୍ରୀଷ୍ମ କାଳୀନ ସମୟରେ ପଥର ବନ୍ଧ କଥା ଚିନ୍ତା କରନ୍ତି ତାହେଲେ କାର୍ଯ୍ୟ ମଜଭୁତ ହେବା ସହିତ ସହଜରେ ହୋଇପାରିବ।ଯାହାକି ବର୍ଷାଦିନେ ଏ କାର୍ଯ୍ୟ କରିହେବ ନାହିଁ ,ଯାହାଫଳରେ କି ବାର ବାର ସମୁଦ୍ର ଜନବସତି ଆଡ଼କୁ ମାଡ଼ି ଆସିବା ରୋକି ହେବ।ସମୁଦ୍ର ନିକଟବର୍ତ୍ତୀ ଲୋକମାନଙ୍କ ଭୟ ଦୂର ହେବ।

