ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ଉଦୟବଟ ପାରାଦୀପ ଚମ୍ପିୟାନ

ଏରସମା / କଙ୍କରଦିଆ ଗ୍ରାମ, 24/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ବାମଦେଇପୁରୁ ପଞ୍ଚାୟତ ଅନ୍ତର୍ଗତ କଙ୍କରଦିଆ ଗ୍ରାମ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବାବା ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତି ଆନୁକୁଲ୍ୟରେ ଅଷ୍ଟମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ପ୍ରଥମ ଦିବସରେ ନଟବର ବାରିକଙ୍କ ନିର୍ଦ୍ଦେଶନା ନାଟକ ଦରିଆ କୁଳର ଦରଦୀ ବନ୍ଧୁ ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତି କଙ୍କରଦିଆ ପରିବେଷଣ କରିଥିଲା। ଦ୍ଵିତୀୟ ଦିବସରେ ମା" ଶ୍ୟାମାକାଳୀ ଡ୍ରାମାଟିକ୍ କ୍ଲବ ଉଦୟବଟ ପାରାଦୀପ ନାଟକ ତୋ ହସରେ ମୁଁ ତୋ ଲୁହରେ ମୁଁ ପରିବେଶଣ କରିଥିଲା। ତୃତୀୟ ଦିବସରେ ମା" ନିମା ସୁନ୍ଦରୀ କଳା ମଞ୍ଚ ଫତେପୁର ବିକ୍ରମ ମହାପାତ୍ରଙ୍କ ନିର୍ଦ୍ଦେଶନା ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ ପରିବେଷଣ କରିଥିବା ବେଳେ ଚତୁର୍ଥ ତଥା ଅନ୍ତିମ ଦିବସରେ ଏରସମା ଗ୍ରାମ୍ୟ କମିଟି ଲୋକନାଥ ମହାନ୍ତିଙ୍କ ନିର୍ଦ୍ଦେଶନା ନାଟକ କହିବାକୁ ଲାଜ ଶୁଣିଲେ ପାପ ପରିବେଶଣ କରିଥିଲା। ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାବା ନୀଳକଣ୍ଠେଶ୍ଵର ମନ୍ଦିରରେ ପ୍ରଦୀପ ପ୍ରଜ୍ୟୋଳନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦିନକୁ ଦିନ ଲୋପ ପାଇଯାଇଥିବାରୁ ସମସ୍ତେ ଏକାଠି ହୋଇ ଭାଇଚାରା ବଜାୟ ରଖିବା ସହିତ କଳାକୁ ବଞ୍ଚାଇଥିବାରୁ ବାବା ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତିର ପିଲାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବାମଦେଇପୁରୁ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହରିହର ଲିଙ୍ଗରାଜ ମହାନ୍ତି, ସମିତିସଭ୍ୟ ବିକ୍ରମ ମହାପାତ୍ର, ପୃର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ,ପ୍ରଦାୟନି ମହାନ୍ତି, ସମାଜସେବୀ ପ୍ରକାଶ ପାଳ ଯୋଗଦେଇ ଥିଲେ। ମା"ଶ୍ୟାମାକାଳୀ ଡ୍ରାମାଟିକ୍ କ୍ଲବ ଉଦୟବଟ ପାରାଦୀପକୁ ଚମ୍ପିୟାନ ଚମ୍ପିୟାନ ହୋଇଥିବା ବେଳେ ମା " ନିମା ସୁନ୍ଦରୀ କଳା ମଞ୍ଚ ଫତେପୁରକୁ ରନର୍ସଅପ ହୋଇଥିଲା।ମା" ଶ୍ୟାମାକାଳୀ ଡ୍ରାମାଟିକ୍ କ୍ଲବ ଉଦୟବଟ ପାରାଦୀପର ଶ୍ରେଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ଶତପଥୀ, ଶ୍ରେଷ୍ଠ ନାୟକ ରଞ୍ଜିତ ଜେନା, ଶ୍ରେଷ୍ଠ ଖଳନାୟକ ପ୍ରଦୀପ୍ତ କୁମାର ଶତପଥୀଙ୍କ ସମେତ ୧୦ ଜଣ କଳାକାର ପୁରସ୍କାର ପାଇଥିଲେ। ବିଚାରକ ଭାବେ ବ୍ରଜବନ୍ଧୁ ରାଉତ ଓ ଟୁନିଲତା ବିଶ୍ଵାଳ ଉପସ୍ଥିତ ଥିଲେ।ବାବା ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତି କଙ୍କରଦିଆର ମାର୍ଗଦଷ୍ଟା ମାନସ ଦଳାଇ,ପରିଚାଳକ ସନ୍ତୋଷ ସାହୁ, ସଭାପତି ତୁଳସୀ ପ୍ରସାଦ ଦାଶ, ଉପସଭାପତି ସରୋଜ ପୁହାଣ,ଜ୍ୟୋତି ପ୍ରକାଶ ମହାନ୍ତି, ହରିଶ୍ଚନ୍ଦ୍ର ଦଳାଇ, କୋଷାଧ୍ୟକ୍ଷ ସୁବାଷ ପାତ୍ର,ଦେବ ପ୍ରସାଦ ପରିଡ଼ା, ସରୋଜ ନାୟକଙ୍କ ସମେତ ବାବା ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତି କଙ୍କରଦିଆର ସମସ୍ତ ଗ୍ରାମବାସୀମାନେ ଉତ୍ସବ ପରିଚାଳନା କରିଥିଲେ।
7