ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମଦ୍ୟପାନ କରି ନିଶାଗ୍ରସ୍ତ ଅବସ୍ଥାରେ ଡ୍ରେସିଂ ରୁମ୍ ଭିତରକୁ ପଶିଗଲେ ଯୁବକ।

ଏରସମା, 24/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
୨୩.୦୪.୨୬ ରିଖ ରାତି ପ୍ରାୟ ୧୧.୫୦ ସମୟରେ ଜଗତସିଂହପୁର ଜିଲ୍ଲା ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର (CHC) ଡାକ୍ତର ଆହତ ସରୋଜ ମହାନ୍ତିଙ୍କୁ ପରୀକ୍ଷା ଓ ଚିକିତ୍ସା କରୁଥିବା ସମୟରେ, ରୋଗୀଙ୍କ ସହକାରୀ ତଥା ଜଗତସିଂହପୁର ଜିଲ୍ଲା ଏରସମା ଥାନା ମଲ୍ଲୀପୁର ଗ୍ରାମର ଗୌରହରି ମଲ୍ଲିକଙ୍କ ପୁଅ ଅଙ୍କନ ମଲ୍ଲିକ ଜବରଦସ୍ତି ଡ୍ରେସିଂ ରୁମ୍ ଭିତରକୁ ପଶି ଉଚ୍ଚ ସ୍ୱରରେ ପାଟିତୁଣ୍ଡ କରିଥିଲେ। ଅଭିଯୁକ୍ତଙ୍କ ଏପରି କାର୍ଯ୍ୟ ଦ୍ୱାରା ଅନ୍ୟ ରୋଗୀ ଏବଂ ମେଡିକାଲ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଯେତେବେଳେ ଡାକ୍ତର ତାଙ୍କୁ ଚୁପ୍ ରହିବାକୁ କହିଥିଲେ, ସେତେବେଳେ ଅଭିଯୁକ୍ତ ଅଙ୍କନ ମଲ୍ଲିକ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କ ସହ ଅସଦାଚରଣ କରିଥିଲେ। ଯେତେବେଳେ ଜଣେ କାର୍ଯ୍ୟରତ ମହିଳା ପୋଲିସ କର୍ମଚାରୀ ତାଙ୍କୁ ବାରଣ କରିଥିଲେ, ସେ ତାଙ୍କ ସହ ମଧ୍ୟ ଅସଦାଚରଣ କରିବା ସହ ତାଙ୍କୁ ଧମକ ଦେଇଥିଲେ।ଏହାପରେ ମେଡିକାଲ ଅଫିସରଙ୍କ ରିପୋର୍ଟ ଆଧାରରେ ଏରସମା ପୋଲିସ ୧୪୭ /୨୬ ୟୁ/ଏସ ୨୨୧/୩୫୧(୨)/୨୯୬ ବିଏନ୍ଏସ୍ ମାମଲା ରୁଜୁ କରିଛି ଏବଂ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ଏହା ନିଶ୍ଚିତ କରାଯାଇଛି ଯେ ଘଟଣା ସମୟରେ ସେ ମଦ୍ୟପାନ କରି ନିଶାଗ୍ରସ୍ତ ଅବସ୍ଥାରେ ଥିଲେ।
Article Image
7