ପାରାଦ୍ଵୀପ, 02/12/2024, ଉତ୍କଳ voice news - utkalvoicenews.comdt.01.12.2024
ପାରାଦ୍ଵୀପରେ ବିଶ୍ଵ ଏଡ଼େସ୍ ଦିବସ୍ ପାଳନ ହୋଇଯାଇଛି।ଏହି ବିଶ୍ୱ ଏଚ୍.ଆଇ.ଭି ଏଡସ୍ ଦିବସଟି ପ୍ରତିବର୍ଷ ଭଳି ମଧ୍ଯ ଚଳିତ ବର୍ଷ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିଏ.ଏସ.ଡିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ତେବେ ଚଳିତ ବର୍ଷ ଔର୍କାତନ୍ 9.30 ରେ ଆରମ୍ଭ ହୋଇଥିବା ବେଳେ ନୂଆ ବଜାର କଲୋନି,ପାରାଦ୍ଵୀପ କଲେଜ,ଅଫିସର କ୍ଳବ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ପୋର୍ଟର ଅଧକ୍ଷ ଶ୍ରୀ ପି.ଏଲ୍ ହରନାଥ୍ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପାରାଦ୍ଵୀପ ପୋଟ ହସ୍ପିଟାଲର ଚିଫ୍ ମେଡିକାଲ ଅଫିସର ଡ଼ା.ବିଭୂତି ଭୂଷଣ ଦାସ୍, ସିନିୟର୍ ଡେପୁଟି ଚିପ୍ ମେଡିକାଲ ଅଫିସର ଡ଼ଃ ଦୂର୍ଗା ପ୍ରସାଦ ସେଠୀ , ଡଃ ସୁଭ୍ରାନସୁ ଶେଖର୍ ଆଚାର୍ଯ୍ୟ, ଡଃ ବାଦଲ୍ କୁମାର ସିଂ ,ସିନିୟର୍ ଲାବ୍ରୋଟୋରୀ ଟେକ୍ନିସିଆନ୍ ଶିଶିର କୁମାର ପତି,ଇଭାଲୁସନ୍ ଅଫିସର୍ (CASD) ରଶ୍ମୀ ରଞ୍ଜନ ବିଶ୍ୱାଳ,ହେଲତ୍ ଏଡୁକେଟର୍(CASD) ଲକ୍ଷ୍ମୀ ପ୍ରିୟା ସାହୁ ପ୍ରମୁଖ କର୍ମଚାରୀ ଅଂଶ ଗ୍ରହଣ କରିଥିବା ପରିଲକ୍ଷିତ ହୋଇଥିଲା।(CASD) ର ପି.ଏମ ନିହାର ରଞ୍ଜନ ସ୍ବାଇଁ ,ଦିପିନା ରାଉତ,ଶୈଳେଦ୍ର ମାଇତି,ଗୋଲଖ ଚନ୍ଦ୍ର ସାହୁ,ଦୟା ନିଧି ସ୍ବାଇଁ,ଅନିଶ ସ୍ବାଇଁ,ଚିନ୍ମୟୀ ବେହେରା ଓ ମନିଷା ପଲାଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ତେବେ କ୍ୟାମ୍ପର ଓଡ଼ିଶା ବେଶିଶରେ ବ୍ୟାପୁଥିବା ଏଡସ୍ ଭଳି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରିବା ଓ ଏହାର ସଠିକ୍ ଉପଚାର କରିବା ପାଇଁ ଲକ୍ଷ ରଖାଯାଇଛି।


