ତିର୍ତ୍ତୋଲ, 24/04/2026, ଉତ୍କଳ voice news - utkalvoicenews.com(ତିର୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ )

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରବେଶ ଉତ୍ସବ ଅବସରରେ ଏକ ନିଃଶୁଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଶିବିରକୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପୂର୍ବତନ କର୍ମଚାରୀ ରାବୀନ୍ଦ୍ର କୁମାର ସାହୁ ଏବଂ ଡାକ୍ତର ଆରାଧ୍ୟା ସାହୁ ଯୋଗଦେଇ ନଡ଼ିଆ ବାଡେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ମେଡ଼ିସିନ ଦିଆଯାଇଥିଲା l ଏଥିରେ ମେଡିସିନି, ଅର୍ଥପେଡ଼ିକ, ପେଡିଆଟ୍ରିକ, ସର୍ଜରୀ, ଓପାଥଲମଲୋଜି, ଆଖି କାନ ଓ ଦାନ୍ତ ବିଭାଗର ଡାକ୍ତର ମାନେ ଯୋଗଦେଇଥିଲେ l ଏହି ଶିବିରରେ ୪ ସହରୁ ଉର୍ଦ୍ଧ ରୋଗୀ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିନେଇଥିଲେ l ଅଧିକାଂଶ ଆଖି ଓ ଅର୍ଥପେଡ଼ିକ ବିଭାଗର ରୋଗୀ ଥିବା ଦେଖିବାକୁ ମିଳିଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ଗଇଠିପୁର ମା ଗର୍ଭାୟଣୀ ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ସଦସ୍ୟ ମାନେ ପରିଚାଳନା କରିଥିଲେ l
