ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଏରସମା, 24/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ଅନ୍ତର୍ଗତ ତନ୍ତିଆ ଗ୍ରାମରେ ୨୪ ଫୁଟ ଉଚ୍ଚତା ବିଶିଷ୍ଟ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି।ବୀର୍ ବଜରଙ୍ଗୀ ୱେଲଫେୟାର କମିଟି ଓ ତନ୍ତିଆ ଗ୍ରାମବାସୀଙ୍କ ସହଯୋଗରେ ତିନିଦିନ ଧରି ଆୟୋଜିତ ଉତ୍ସବର ବିଭିନ୍ନ ଦିବସରେ ଅଙ୍କୁରା ରୋପଣ, ମହାନଦୀ ପଙ୍କପାଳ ଘାଟରୁ କଳସ ଶୋଭାଯାତ୍ରା,ସୂର୍ଯ୍ୟପୂଜା,ମହା ପ୍ରଭୁଙ୍କ ନଗର ପରିକ୍ରମା,ମହାସ୍ନାନ,ବିଗ୍ରହ ପ୍ରତିଷ୍ଠା,ହରି ସଙ୍କିର୍ତ୍ତନ,ଗୀତାଯଜ୍ଞ, ପୂର୍ଣ୍ଣାହୁତି ଓ ପ୍ରତ୍ୟହ ପ୍ରଶାଦ ସେବନ କରାଯାଇଛି।ଏହି ଉପଲକ୍ଷେ ବିଭିନ୍ନ ସନ୍ଧ୍ୟାରେ ପୂରୀ ସ୍ଥିତ ସ୍ଵାମୀ ନାରାୟଣ ମନ୍ଦିରର ସନ୍ଥ ଭକ୍ତ ବତ୍ସଳ ସ୍ଵାମୀ ମହାରାଜ,ଶାକାର ସ୍ଵାମୀ ମହାରାଜ, ଆର୍ ଏସ୍ ଏସ୍ କାର୍ଯ୍ୟକର୍ତ୍ତା ପିତାମ୍ବର ଜେନା ଓ ନୂଆଗାଁ ସ୍ଥିତ ପ୍ରସିଦ୍ଧ ମହାବୀର ଆଶ୍ରମର ବାବା ରାମକୃଷ୍ଣ ଦାସ ମହାରାଜ ରାମାୟଣ କଥାବସ୍ତୁ ଆଧାରିତ ପ୍ରବଚନ ପରିବେଷଣ କରିଥିଲେ।ନରେଶ ଚନ୍ଦ୍ର ଦଳାଇ ଓ ଶଶ୍ମିତା ରାଉତ କର୍ତ୍ତା ଭାବରେ କାର୍ଯ୍ୟ ସମ୍ପାଦନ ସହିତ ପଣ୍ଡିତ ଶକ୍ତି ପ୍ରସାଦ ମିଶ୍ର,ଶୁଭ୍ର କାନ୍ତ ମିଶ୍ର,ସନାତନ ମିଶ୍ର ଓ ଚୂନା ନନାଙ୍କ ପୈାରହିତ୍ୟରେ ଯଜ୍ଞ ପୂର୍ଣ୍ଣାହୁତି କରାଯାଇଛି।ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ‌‌ହୋଇଥିଲା। ଦିନେଶ ସ୍ବାଇଁ,ଉମେଶ ଖଟୁଆ,ପବିତ୍ର ସ୍ଵାଇଁ,ଶଚ୍ଚିତ୍ର ବେହେରା,ଚିନ୍ମୟ ଖଟୁଆ, ସର୍ବେଶ୍ଵର ସ୍ଵାଇଁ,ନରେଶ ପଟ୍ଟନାୟକ,ରାକେଶ ସ୍ଵାଇଁ,ଅବୁଲା ଖଟୁଆ,ସତ୍ୟବ୍ରତ ପାଇଟାଳ ଓ ସମସ୍ତ ଗ୍ରାମବାସୀ ଉତ୍ସବ ପରିଚାଳନା କରିଥିଲେ
9