ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେଶୀ ମଦ ଓ ବିଅର ଜବତ, ୦୪ ଗିରଫ । (ଖଇରା ଅବକାରୀ ଥାନା ଅଧିକାରୀଙ୍କୁ ବଡ଼ ସଫଳତା )।

ବାଲେଶ୍ୱର, 24/04/2026, ଉତ୍କଳ voice news - utkalvoicenews.com ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ବନ୍ଧସାହି, କାଳନ୍ଦୀପାଟଣା, ଆଙ୍ଗୁଳା ଓ ମାଣିତ୍ରୀ ଗ୍ରାମରେ ଚଢ଼ାଉ କରାଯାଇ ୫୫ ଲିଟର ଦେଶୀ ରନ୍ଧା ମଦ ଓ ୧୩ ଲିଟର ବିୟର ଜବତ କରାଯିବା ସହିତ ବନ୍ଧସାହି ଗ୍ରାମର ଦମୟନ୍ତୀ ରାଉତ, କାଳନ୍ଦୀପାଟଣା ଗ୍ରାମର ମନୋଜ କୁମାର ବେହେରା, ଆଙ୍ଗୁଳା ଗ୍ରାମର ଖଗେଶ୍ୱର ସାହୁ ଓ ମାଣିତ୍ରୀ ଗ୍ରାମର ପ୍ରଭାକର ବେହେରା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ, କ୍ଷୀରୋଦ କୁମାର ସାହୁ ଓ ଦୀପିକା ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।
Article Image
15