ଏରସମା, 09/02/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଗଡକୁଜଙ୍ଗର ଗଡ଼ କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଗଡ଼କୁଜଙ୍ଗର ସେଛାସେବୀ ଅନୁଷ୍ଠାନ ଶ୍ରୀ ଶ୍ରୀ କୁଞ୍ଜବିହାରୀ ଆଞ୍ଚଳିକ ବିକାଶ ପରିଷଦ ଆନୁକୁଲ୍ୟରେ ଜେପି ଏମ୍ ରୋଟାରୀ କ୍ଳବ୍ କଟକ ଆଇ ହସ୍ପିଟାଲ ସହାୟତାରେ ଆଜିର ଶିବିରରେ ୫୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି।
ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ମୋତିଆବିନ୍ଦୁ ଚିହ୍ନଟ କରାଯାଇ, ଅସ୍ତ୍ରୋପଚାର ପାଇଁ କଟକ ପଠାଯାଇଛି।ଡ଼ା, ରାଜଲକ୍ଷ୍ମୀ ସାହୁ ଚକ୍ଷୁ ପରୀକ୍ଷା କରିଥିଲେ।କ୍ୟାମ୍ପ ଅଧିକାରୀ ବିବେକାନନ୍ଦ ଦଳାଇ,ପ୍ରଜ୍ଞା ମହାନ୍ତି,ମନୀଷା ଭୋଇ ଓ ଦୀପକ ଭୋଇ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ଏହି ଶିବିରକୁ ଗଡକୁଜଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ,ଆଞ୍ଚଳିକ ବିକାଶ ପରିଷଦ ସଭାପତି ସତ୍ୟରଞ୍ଜନ ମହାପାତ୍ର, ସମ୍ପାଦକ ପ୍ରଶାନ୍ତ ପ୍ରଧାନ, ବାବାଜୀ ବିଶ୍ଵାଳ,କାହ୍ନୁ ଚରଣ ରାଉତ,ବଳରାମ ବେହେରା,ବିକାଶ ନାୟକ,କେଦାର ସନ୍, ହେମନ୍ତ ବେଜ, ସାଗର ତରାଇ, ନିତ୍ୟାନନ୍ଦ ସାହୁ ଓ ସତ୍ୟବ୍ରତ ରଣା ପ୍ରମୁଖ ଶିବିର ପରିଚାଳନା କରିଥିଲେ।