ଜଗତସିଂହପୁର, 25/04/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ) :
ରଘୁନାଥପୁର ବ୍ଲକ ଠାରେ ପଂଚାୟତ ରାଜ ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଯୋଗ ଦେବାକୁ ଆସୁଥିବା ବେଳେ ବ୍ଲକ ଛକରେ ବିଜେଡି ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ରଘୁନାଥପୁର ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ପୋଲିସ ମଧ୍ୟ ଛାଉଣୀ କରାଯାଇଥିଲା।ରାଜ୍ଯସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ନେଇ ବିରୋଧ କରିଛନ୍ତି ବିଜେଡି କର୍ମୀ।ବିରୋଧ ସତ୍ତ୍ୱେ ବି ବିଧାୟକ ରମାକାନ୍ତ ଭୋଇ ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦେଲେ।ରଘୁନାଥପୁର ରେ ରମାକାନ୍ତ ଭୋଇଙ୍କୁ ଘୋର ବିରୋଧ ରେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି।କିନ୍ତୁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କ ପ୍ରତିକ୍ରିୟା ଆମେ ଗୋଟିଏ ପରିବାର । ମାନମାଳିନ ହୋଇଛି ସମାଧାନ ହୋଇ ଯିବ । ଆପଣ ଦେଖିବେ ସମସ୍ତେ ମୋ ସହିତ ଅଛନ୍ତି ଆଗକୁ ମଧ୍ୟ ରହିବେ । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ଉର୍ଣ୍ଣତି ମୋର ଲକ୍ଷ । ବୋଲି ବିଧାୟକ କହିଛନ୍ତି ।