ଏରସମା, 25/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
,୨୪/୪(ନିପ୍ର ) :
ଏପ୍ରିଲ ୨୪ ପଂଚାୟତ ଦିବସ ସାରା ରାଜ୍ୟରେ ପାଳିତ ହେଉଥିବାବେଳେ ଏରସମା ପଂଚାୟତ ସମିତି ପକ୍ଷରୁ ମଧ୍ୟ ମହା ସମାରୋହରେ ପାଳିତ ହୋଇଛି। ଏରସମା ବିଡ଼ିଓ ଦାସରଥୀ
ଜେନା, ବ୍ଳକ ଅଧକ୍ଷା ଲଷ୍ମୀପ୍ରିୟା ମହାପାତ୍ର, ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପ୍ରଧାନ,ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ୱାଇଁ,୨ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରାନି ଟୁଡୁ, ଗାଳ୍ପିକ ଦୀପ୍ତି ଖଣ୍ଡୁଆଳ, ପୋଖରୀପଡା ସରପଞ୍ଚ ଗଦାଧର ମଲ୍ଲିକ ଥିଲାବେଳେ ନିବେଦିତା ଜେନା ସଭା ସଂଯୋଜନା କରିଥିଲେ। ଏହି ଉତ୍ସବରେ ଏରସମା ଅଂଚଳର ମିଶନଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ଶହ ଶହ ମହିଳା ଉପସ୍ଥିତ ଥିଲେ।କୁନି କୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଜୋଇଥିଲା। ଶେଷରେ ବଡ଼ ପରଦାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନା ଶୁଭାରମ୍ଭ ହୋଇଥିଲା।
......