ଏରସମା, 25/04/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଦର୍ଶକ ବନ୍ଧୁ ଏକ ନିନ୍ଦନୀୟ କଥା ଯାହା କି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଂଚାୟତ ଅନ୍ତର୍ଗତ ଶିଆଳି ବେଳାଭୂମିରେ ତା.୨୪/୦୪/୨୦୨୬ ରିଖ ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶାର ବର୍ଷିୟାନ ନେତା ସ୍ବର୍ଗତ ଡାକ୍ତର ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା । ଆସନ୍ତା ତା.୨୬/୦୪/୨୦୨୬ ରିଖରେ ଶିଆଳି ବାଲିଯାତ୍ରା କମିଟି ପକ୍ଷରୁ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥାନ୍ତା। ମାସେ ତଳୁ ଏହି ପ୍ରତିମୂର୍ତ୍ତି ପାଇଁ ପେଣ୍ଡାଲ କାମ କରାଯାଇଥିଲା। କେବଳ ରଙ୍ଗ ଦିଆଯାଇଥାନ୍ତା ଏଥିପାଇଁ ସମସ୍ତ ପ୍ରକାର କାର୍ଯ୍ୟ କର୍ମ ସରିଥିଲା। ଫଳକ ଲେଖା ସରିଥିଲା,କାର୍ଡ ମଧ୍ୟ ବଣ୍ଟା ସରିଥିଲା,ଅତିଥି ମାନଙ୍କୁ ନିମନ୍ତ୍ରଣ ସରିଥିଲା।କିନ୍ତୁ ଦୁଃଖର ବିଷୟ ଉନ୍ମୋଚନ ପୂର୍ବରୁ ଜଙ୍ଗଲ ବିଭାଗ ଏହି ପ୍ରତିମୂର୍ତ୍ତିକୁ ଯୋଉ ଭଳି ଭାବେ ଶାବଳରେ ପିଟି ଭାଙ୍ଗି ଗୁଣ୍ଡ ଗୁଣ୍ଡ କରାଯାଇଛି ତାହା ଦମବାବୁଙ୍କ ପ୍ରତି ଅସମ୍ମାନ। ଏହାକୁ ନେଇ ଏରସମାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।୧୯୯୯ ମସିହା ମହାବାତ୍ୟାରେ ସୃଷ୍ଟି ହୋଇଥିବା ଶିଆଳିରେ ଏକ ମୁହାଣ ଖୋଲି ଯାଇଥିଲା। ତତ୍କାଳୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଉଦ୍ୟମରେ ଏହି ମୁହାଣକୁ ବାଲିରେ ପୋତି ଦିଆଯାଇଥିଲା। ସେଠାରେ ସୃଷ୍ଟି ହୋଇଥିଲା ଏକ ସୁଦୃଢ଼ ବେଳାଭୂମି ପରେ ସେଠାରେ ଏକ ଭିତ୍ତ ଟାୱାର ନିର୍ମାଣ କରାଯାଇଥିଲା। ୨୦୦୯ ମସିହାରେ ରାଜ୍ୟପାଳଙ୍କ ଦ୍ବାରା ଏହି ବେଳାଭୂମିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୧୬ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ପର୍ଯ୍ୟଟନ କ୍ଷେତ୍ର ଭାବରେ ସ୍ବୀକୃତି ମିଳିଥିଲା। ସେହି ବେଳାଭୂମିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଅଛି ବେଳାଭୂମି ଯିବା ରାସ୍ତାରେ ।ବାଲିଯାତ୍ରା କମିଟି ପକ୍ଷରୁ ଡାକ୍ତର ଦାମୋଦର ରାଉତଙ୍କ ପ୍ରାୟ ତିନିଫୁଟ ଉଚ୍ଚତାର ଏକ ଅର୍ବାବୟବ ପ୍ରତିମୂତ୍ତ ଗତକାଲି ପ୍ରତିଷ୍ଠା କରାଯାଇଥିଲା। ଯେଉଁସ୍ଥାନରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା, ତାହା ଜଙ୍ଗଲ ବିଭାଗ ଅଧୀନରେ ରହିଛି ବୋଲି ଜଙ୍ଗଲ ବିଭାଗ ପ୍ରକାଶ କରୁଛି।ବାଲିଯାତ୍ରା କମିଟି ଜଙ୍ଗଲ ବିଭାଗର ବିନା ଅନୁମତିରେ ସେଠାରେ ପ୍ରତିଷ୍ଠା କରିଥିବାରୁ ଜଙ୍ଗଲ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ପ୍ରତିମୂର୍ତ୍ତିଟିକୁ ଭାଙ୍ଗି ଦେଇଛି ।ପ୍ରତିମୂର୍ତ୍ତି ଭାଙ୍ଗିବା ବେଳେ ବଳେ ଫରେଷ୍ଟର ମଙ୍ଗଲ୍ ହେମ୍ରମ,ଡିଏଫଓ ଭରଦ୍ୱାଜ ଗାଁୱକର ଏବଂ ତାଙ୍କ ଟିମ ଉପସ୍ଥିତ ଥିଲେ ।ଖବର ପାଇ ବାଲିଯାତ୍ରା କମିଟିର ସଭାପତି ନିରାକାର ସ୍ମାଇଁ ଏବଂ ସଦସ୍ୟ ଚନ୍ଦନ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଏହାକୁ ତୀବ୍ର ବିରୋଧ କରିଥିଲେ। ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା। ମାତ୍ର ଜଙ୍ଗଲ ବିଭାଗ କୌଣସି ଅନୁରୋଧ ଶୁଣି ନଥିଲା ।ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି ।

