ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୂର୍ବ ଶତ୍ରତାକୁ କେନ୍ଦ୍ର କରି ମା,ଝିଅ ଙ୍କୁ ମରଣାନ୍ତକ ଆକ୍ରମଣ।

ଏରସମା, 25/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ନୁଆଡିହି ପଞ୍ଚାୟତ ର ଧଳିପଙ୍ଗ ଗ୍ରାମର ମଧୁସ୍ମିତା ନାୟକ ଓ ତାଙ୍କ ମା' ପ୍ରମିଳା ନାୟକ ଙ୍କୁ ପୂର୍ବ ଶତ୍ରତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ହର ପ୍ରସାଦ ଦାସଙ୍କ ପରିବାର ମା, ଝିଅ ଙ୍କୁ ମରଣାନ୍ତକ ଆକ୍ରମଣ କରିବା ଦ୍ୱାରା ଉଭୟ ମା ଓ ଝିଅ ଙ୍କ ର ମୁଣ୍ଡ ଫାଟି ଯାଇଥିଲା। ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ଘର ଲୋକେ ଏରସମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡକ୍ଟର ଉଭୟ ମା ଓ ଝିଅ ଙ୍କ ମୁଣ୍ଡ ରେ ଜଣଙ୍କର ୬ଟି ଓ ଅନ୍ୟ ଜଣଙ୍କର ୩ ଟି stich ହୋଇଥିଲା।ପରେ ଡକ୍ଟର x-ray କରାଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସି ଟି ସ୍କାନ କରିବା ପାଇଁ ସ୍ଥାନନ୍ତରିତ କରିଥିଲେ। ଘଟଣାରୁ ପ୍ରକାଶ ଯେ ଆସନ୍ତା ୨୬ ତାରିଖରେ ମଧୁସ୍ମିତା ଙ୍କର ବାହାଘର ନେଇ ବାଡ଼ି ଘର ନିଜେ ସଫା କରୁଥିବା ସମୟରେ ପୂର୍ବ ଶତ୍ରତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ହର ପ୍ରସାଦ ଦାସଙ୍କ ପୁଅ ଜ୍ଞାନ ରଞ୍ଜନ ଦାସ (ଲୋମୁ) ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ତୋର ବାହାଘର କରେଇଦେବିନି ବୋଲି କହିଥିଲେ।ତାପରେ ହର ପ୍ରସାଦ ଦାସଙ୍କ ସ୍ତ୍ରୀ - କମଳିନୀ ଦାସ ଓ ଝିଅ - ଲିପିଶାରାଣୀ ଦାସ(କିଟି)ଏକ ପଥର ଯୋଗେ ମଧୁସ୍ମିତା ନାୟକଙ୍କୁ ଆକ୍ରମଣ କରିଥିଲେ।ଯାହା ଫଳରେ କି ତାଙ୍କ ମୁଣ୍ଡ ଫାଟି ଯାଇଥିଲା।ତାଙ୍କୁ ଅଟକାଇବାକୁ ଯାଇ ମା' ପ୍ରମିଳା ନାୟକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।ଉଭୟ ମା ଓ ଝିଅ ଙ୍କର ମୁଣ୍ଡ ଫାଟି ଯାଇଥିଲା। ମଧୁସ୍ମିତା ଙ୍କ ଭାଇ ମଧ୍ୟ ମା ଓ ଭଉଣୀ ଙ୍କୁ ରକ୍ଷା କରିବାକୁ ଯାଇ ସେ ମଧ୍ୟ ଆହତ ହୋଇଛନ୍ତି ଯାହାକି ସେ ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଏଠୀ ପ୍ରଶ୍ନ ଉଠୁଛି ମଣିଷ ଯେ ଏତେ ହିଂସ୍ର ହୋଇପାରେ।ରାତି ପାହିଲେ ବାପା ଛେଉଣ୍ଡ ଝିଅ ଟି ର ବାହାଘର। କଣ ବା ହେବ ତା ର ଅବସ୍ଥା।
Article Image
Article Image
Article Image
7