ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l

ରାୟଗଡ଼ା, 25/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନାଙ୍କ ନେତୃତ୍ୱରେ ଆଜି କୋଲନାରା ତହସିଲ ଅଞ୍ଚଳରେ ଚାଲିଥିବା ବିଭିନ୍ନ କ୍ରଶର ୟୁନିଟ୍‌ ଦ୍ୱାରା ଅବୈଧ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ସମ୍ପର୍କରେ ଖବର ପାଇ ଏହିଆକୁ ରୋକିବା ପାଇଁ ଏକ ଯୁଗ୍ମ ତଦାରଖ (ଜୋଇଣ୍ଟ ଇନଫୋର୍ସମେଣ୍ଟ)କମିଟି ଦ୍ୱାରା ଅଚାନକ ଚଢ଼ାଉ ଅଭିଯାନ ଚାଲିଥିଲା।
Article Image
ଏହି ଚଢ଼ାଉ ଅଭିଯାନକୁ ଉପ ଜିଲ୍ଲାପାଳ, କୋଲନାରାର ଅତିରିକ୍ତ ତହସିଲଦାର, ଶ୍ରୀ ଭବାନୀ ମିଶ୍ର, ରେଭେନ୍ୟୁ ଇନ୍ସପେକ୍ଟର (RI),ସସ୍ମିତା ମିଶ୍ର,ଅସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI) ଶ୍ରୀ ପ୍ରସନଞ୍ଜିତ ରାଉତ ଏବଂ ଖଣି ଅଧିକାରୀ ରାୟଗଡ଼, ଏହି ତଦାରଖରେ ସାମିଲ ଥିଲେ। ଦଳ ପକ୍ଷରୁ ବିଭିନ୍ନ କ୍ରଶର ୟୁନିଟ୍‌ ଉପରେ ଯାଞ୍ଚ କରାଯାଇ ଅବୈଧ କାର୍ଯ୍ୟକଳାପ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
5