ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ୱ ମାଲେରିଆ ଦିବସରେ ଡିଏଚଏଚ ରାୟଗଡାରେ ସଚେତନତା କାର୍ଯ୍ୟକ୍ରମ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ନର୍ସିଂ ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟା ୩୬ ଜଣଙ୍କୁ ସ୍ୱାସ୍ଥ୍ୟ ସଚେତନତା

ରାୟଗଡ଼ା, 25/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ବିଶ୍ୱ ମାଲେରିଆ ଦିବସ ୨୦୨୬ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ) ରାୟଗଡାରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ, ରାୟଗଡର ବି.ଏସ୍‌.ସି ନର୍ସିଂ ୨ୟ ସେମିଷ୍ଟାର ଛାତ୍ରଛାତ୍ରୀମାନେ ଓ ନର୍ସିଂ ଅଧ୍ୟାପକମାନଙ୍କ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଚଳିତ ବର୍ଷର ଥିମ୍ “ମ୍ୟାଲେରିଆ ସମାପ୍ତ କରିବାକୁ ପ୍ରେରଣା: ଏବେ ଆମେ ପାରିବୁ, ଏବେ ଆମେ କରିବାକୁ ପଡିବ” ଅନୁସାରେ ଛାତ୍ରଛାତ୍ରୀମାନେ ସମାଜରେ ମାଲେରିଆ ପ୍ରତିରୋଧ ଓ ନିରାକରଣ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମ ସମୟରେ ୩୬ ଜଣ ରୋଗୀ, ତାଙ୍କର ସହଯୋଗୀ ଓ ସ୍ଥାନୀୟ ଲୋକମାନଙ୍କୁ ମାଲେରିଆର ପ୍ରାରମ୍ଭିକ ଲକ୍ଷଣ, ମଶାରି ବ୍ୟବହାରର ଗୁରୁତ୍ୱ ଓ ଭ୍ରାନ୍ତିଧାରଣା ଦୂର କରିବା ବିଷୟରେ ଜଣାଇଥିଲେ।
Article Image
ଏହି କାର୍ଯ୍ୟକ୍ରମରେ ଡିଏଚଏଚ ରାୟଗଡର ମେଡିକାଲ ଅଫିସର, ନର୍ସିଂ ଇନ୍‌ଚାର୍ଜ ଓ ନର୍ସିଂ ଅଫିସରମାନଙ୍କର ସହଯୋଗ ଉଲ୍ଲେଖନୀୟ ଥିଲା। ମାଲେରିଆ ନିରାକରଣ ପାଇଁ ଆବଶ୍ୟକ ସମସ୍ତ ସାଧନ ଉପଲବ୍ଧ ଥିବାରୁ, ଏପରି ପ୍ରୟାସ ଆଗାମୀ ଦିନରେ ମାଲେରିଆମୁକ୍ତ ସମାଜ ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କୁହାଯାଇଛି |
Article Image
6