ଏରସମା, 26/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ସ୍ଥିତ ଶିଆଳି ବେଳାଭୂମି ଠାରେ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡ଼ା.ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଓ ପିଣ୍ଡିକୁ ଭାଙ୍ଗି ଦିଆଯାଇଛି ।ସୂଚନାଯୋଗ୍ୟ ଯେ ଏରସମାର ଶିଆଳି ବେଳାଭୂମିରେ, ଶିଆଳି ବାଲିଯାତ୍ରା କମିଟି ପକ୍ଷରୁ ଆସନ୍ତା ୨୬ ତାରିଖ ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡ଼ା, ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ପ୍ରସ୍ତୁତି ସହିତ ଏଠାରେ ଗୁରୁବାର ରାତିରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।ଆସନ୍ତା ୨୬ ତାରିଖ ଅପରାହ୍ନରେ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, ବନ ବିଭାଗ ପକ୍ଷରୁ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତିକୁ ବନ ବିଭାଗ ପକ୍ଷରୁ ଉଛେଦ କରାଯାଇଥିଲା।ଏ ସମ୍ପର୍କରେ ହାୱାଖାନା ବନପାଳ ମଙ୍ଗଳ ହେମ୍ବ୍ରମ କହିଛନ୍ତି ଶିଆଳି ବେଳାଭୂମିରେ ଗୁରୁବାର ରାତିରେ ପିଣ୍ଡି ସ୍ଥାପନା କରଯାଉଥିଲା ବେଳେ ଜଙ୍ଗଲ ଜମିରେ ତାହା ନକରିବା ପାଇଁ ବାରଣ କରାଯାଇଥିଲା।ବାରଣ ସତ୍ବେ ବିଳମ୍ବିତ ରାତିରେ ସେଠି ପିଣ୍ଡି ଓ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ତେବେ ଉପରିସ୍ଥ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ତାହାକୁ ଉଛେଦ କରାଯାଇଛି। ଅନ୍ୟ ପଟରେ ଏରସମାର ପ୍ରିୟ ନେତା ଦାମ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗକୁ ଲୋକେ କେହି ହଜମ କରି ପାରୁ ନାହାନ୍ତି। ପ୍ରତିମୂର୍ତ୍ତି ଭଙ୍ଗାଯିବା ସତ୍ତ୍ୱେ ଆଜି ଦାମବାବୁଙ୍କ ଫଟୋ ରଖାଯାଇ ଉନ୍ମୋଚନ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ଭଙ୍ଗା ପଛରେ କାହାର ହାତଅଛି ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ତଦନ୍ତ କରାଯିବା। ସେହି ଭଙ୍ଗା ଯାଇଥିବା ଯାଗା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ପୁନର୍ବାର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ଜଗସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ପ୍ରତିକ୍ରିୟା ରଖିଛନ୍ତି। ବିଜେପିର ଜଗସିଂହପୁର ଜିଲ୍ଲା ସଭାପତି ପ୍ରତାପ ମିଶ୍ର, ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ୱାଇଁ, ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ଚରଣ ସାହୁ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଜେପି ନେତା ଶିବବ୍ରତ ଦାସ, ସଞ୍ଚୟ ମହାନ୍ତି, ନିରୁପମା ସ୍ୱାଇଁ, ନିରାକାର ସ୍ୱାଇଁଙ୍କ ସମେତ ଶତାଧିକ ଦାମ ପ୍ରେମୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ଦାମବାବୁଙ୍କ ଫଟୋ ଉନ୍ମୋଚନ କରିଥିଲେ। ଏହାପରେ ଜଗତସିଂହପୁର ସାଂସଦ, ବିଜେପି ଜିଲ୍ଲା ସଭାପତି, ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ମୁଁ ଶୁଣିବି ଆପଣମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।
