ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚୋରା ମଦ ବେପାର ବନ୍ଦ ପାଇଁ ମହିଳା ଙ୍କ ପଦଯାତ୍ରା

ଏରସମା, 26/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ରେ ୧୫ରୁ ଅଧିକ କୋଚିଆ ବେପାରୀ l ରାତି ପାହିଲେ ଚୋରା ମଦ ବେପାର ଯୋଗୁ ଅଶାନ୍ତ ପଡ଼ିଯାଇଛି ପଦ୍ମପୁର ପଞ୍ଚାୟତ l ଦିନ ଦି ପହର ରେ ମଦୁଆ ମାନଙ୍କ ଉତ୍ପାତ ରେ ସାଧାରଣ ଲୋକ ଅତିଷ୍ଠ ହୋଇ ପଡିଲେଣି l ପିଲା ଛୁଆ ମଦୁଆ ହୋଇ ପଡିଲେଣି l ଚୋରା ମଦ ବେପାର ବନ୍ଦ ପାଇଁ ଆଜି ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରୁ ବାହାରି ପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ l ଚୋରା ମଦ ବନ୍ଦ ନହେଲେ ଆଗମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ମହିଳା ସଂଘ ର ସଦସ୍ୟ ମାନେ କହିଛନ୍ତି lଆନ୍ଦୋଳନ କୁ ପୂର୍ବତନ ପଦ୍ମପୁର ପଞ୍ଚାୟତ ର ସରପଂଚ କେଶବ ପାତ୍ର ,ସମାଜ ସେବୀ ଉପେନ୍ଦ୍ର ସାମନ୍ତ ସମର୍ଥନ ଜଣାଇ ପଦଯାତ୍ରା ରେ ସାମିଲ ହୋଇଥିଲେ l ମହିଳା ସଂଘ ପକ୍ଷରୁ ଭଗବତୀ କାଣ୍ଡି , ପାର୍ବତୀ ଜେନା, ଜ୍ୟୋସ୍ନା ଆଚାର୍ଯ୍ୟ, କବିତା କାଣ୍ଡି, ଆଶା କାଣ୍ଡି ଙ୍କ ନେତୃତ୍ଵ ରେ ଦୁଇ ଶହ ରୁ ଅଧିକ ମହିଳା ସାମିଲ ହୋଇ ଥିଲେ।
Article Image
Article Image
16