ଏରସମା, 26/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ବାଲିକୁଦା ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତର ମାଧୁରୀ ବାବାଙ୍କ ପୀଠ ଚମ୍ପାବାଲି ମଠ ପରିସରରେ ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭାର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସାଂଗଠନିକ ବୈଠକରେ ଉତ୍କଳ ଯାଦବ ମହାସଭାର ସମ୍ପାଦକ ତଥା ଜଗତସିଂହପୁର ଜିଲା ପର୍ଯ୍ୟବେକ୍ଷକ ତୀର୍ଥବାସୀ ବେହେରା, ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ୪୨ ମୌଜା ଯାଦବ ମହାସଭାର ସମ୍ପାଦକ ଲକ୍ଷ୍ମୀଧର ବେହେରା, ଯୁବ ଯାଦବ ମହାସଭାର ହେମନ୍ତ କୁମାର ଦାସ, ଜିତେନ୍ଦ୍ର କୁମାର ବେହେରା, ବିଶ୍ୱନାଥ ପରିଡ଼ା, ସୌମେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ବାଲିକୁଦା ବ୍ଲକର ୩୦ ଟି ପଞ୍ଚାୟତର ସମସ୍ତ ଯାଦବ ଯୁବକ ମାନଙ୍କୁ ଏକଜୁଟ୍ କରିବା ସହିତ ଗୋପାଳ ଜାତିର ଅତିହ୍ୟ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ କାର୍ଯ୍ୟମାନ ହାତକୁ ନେବା ନିଷ୍ପତ୍ତି ନିଆ ଯାଇଥିଲା । ଏହା ସହିତ ବାଲିକୁଦା ବ୍ଲକରେ ସମସ୍ତ କାଠି ଲଉଡ଼ି ଭାଇ ମାନଙ୍କୁ ନେଇ ଉତ୍କଳ ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦ ଗଠନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ହେମନ୍ତ ଦାସ, ଜିତେନ୍ଦ୍ର ବେହେରା, ବିଶ୍ୱନାଥ ପରିଡ଼ା, ସୌମେନ୍ଦ୍ର ଦାସ, ସାଗର ପରିଡ଼ା, ନିରଞ୍ଜନ ଦାସ, ରବୀନ୍ଦ୍ର ଦାସ, ସୁବାସ ଚନ୍ଦ୍ର ଦାସ, ବିକାଶ କୁମାର ଦାସ, ଦୋଳ ଗୋବିନ୍ଦ ପରିଡ଼ା, ମନୋଜ ଦାସ, ହରି ଦାସ, ଆଦିକନ୍ଦ ଦାସ, ନାଗୁ ପରିଡ଼ା, ପୀତବାସ ଦାସ, ମନୋଜ ମାହର, ତପନ କୁମାର ଦାସ, ଗାନ୍ଧୀ ଜେନା, ଅମରେଶ୍ୱର ଦାସ, ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ମେ ୨୯ ତାରିଖ ବାଲିକୁଦା ବ୍ଲକ ଯାଦବ ମହାସଭାର ପ୍ରତିଷ୍ଠା ଦିବସ ଅବସରରେ ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭାର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ କମିଟିର ବୈଠକ ହେବା ସହିତ ସମସ୍ତ ବ୍ଲକ୍ ର ଯାଦବ ଓ ଯୁବ ଯାଦବ ଭାଇ ମାନଙ୍କୁ ନେଇ ଏକ ସମାବେଶ କରାଯିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏବଂ ଉତ୍କଳ ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

