ତିର୍ତ୍ତୋଲ, 26/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଶାଗବାରିଆର ସୁଶ୍ରୀ ଶୁଭଶ୍ରୀ କାର୍ଯ୍ୟାଳୟରେ ସୁଦେଷ୍ଣl ଦୈନିକ ଖବର କାଗଜର ଶାଖା କାର୍ଯ୍ୟାଳୟ ଶାଖା ପ୍ରତିଷ୍ଠାତା ଡ. ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ୱlବଧାନରେ ତଥା ସମାଜସେବୀ ଶଶୀଭୁଷଣ ସ୍ବାଇଁଙ୍କ ସଭାପତିତ୍ୱରେ ଉନ୍ମୋଚିତ ହୋଇ ଯାଇଛି l ଏହି ଉନ୍ମୋଚନ ପର୍ବରେ ସୁଦେଷ୍ଣl ଖବର କାଗଜ ପ୍ରତିଷ୍ଠାତା ଶିବ ପ୍ରସାଦ ବାହିନୀପତି କାର୍ଯ୍ୟାଳୟର ସମସ୍ତ ଦସ୍ତାବିଜ ଉପସ୍ଥାପନ କରିଥିବାବେଳେ ଜଗତସିଂହପୁର ଜିଲ୍ଲା ପରିଚାଳନା ସମ୍ପାଦକ ଚନ୍ଦ୍ରକାନ୍ତ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶାଖା ସମ୍ପାଦକ ଭାବରେ ପ୍ରଶାନ୍ତ କୁମାର ସେଠୀ,ଶାଖା ପରିଚାଳନା ସମ୍ପାଦକ ଯଯାତି କେଶରୀ ସାମନ୍ତରାୟ ଓ ହେମନ୍ତ କୁମାର ନାୟକଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା l ଅନ୍ୟତମ ଅତିଥିଭାବେ ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ, ସମ୍ବାଦ ସାହିତ୍ୟଘର ସଭାପତି ମହେଶ୍ୱର ସ୍ୱାଇଁ, ସମ୍ପାଦକ ହୃଷିକେଶ ଜେନା, ସମାଜସେବୀ ଜଗନ୍ନାଥ ଖଣ୍ଡୁଆଳ, ସମାଜ ପ୍ରତିନିଧି ଶ୍ରୀକାନ୍ତ ଦାଶ ଓ ଧରିତ୍ରୀ ପ୍ରତିନିଧି ଗୌରାଙ୍ଗ ଚରଣ ସ୍ୱାଇଁ ଯୋଗଦେଇଥିଲେ l ସୁଦେଷ୍ଣlର ଆଇନ ପରାମର୍ଶ ଦାତ୍ରୀ ଆଇନଜୀବୀ ମଞ୍ଜୁଲତା ରାଉତ ସମସ୍ତ ଦସ୍ତାବିଜ ଆଇନ ସମ୍ମତ କରିବାପାଇଁ ଦାୟିତ୍ୱ ଗ୍ରହଣ କରିଥିବାବେଳେ ସୁଦେଷ୍ଣlର ଗଞ୍ଜାମ ପ୍ରତିନିଧି କାଳିଦାସ, କେନ୍ଦୁଝର ଦେବବ୍ରତ ପାଢ଼ୀ ଓ କଟକ ପ୍ରତିନିଧି ଡ. ମାଧବାନନ୍ଦ ଭୋଇ ସମସ୍ତ କାର୍ଯ୍ୟକ୍ରମରେ ସହାୟତା କରିଥିଲେ l ସୁଶ୍ରୀ ଶୁଭଶ୍ରୀ ସଭାପତି ପ୍ରେମ ଚରଣ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ l