ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଦ୍ୟାଳୟରେ ଗଜାନନ ଗଣେଶ ବିଗ୍ରହ ପ୍ରତିଷ୍ଠା

ଜଗତସିଂହପୁର, 27/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଓଡିଶୋ ସ୍ଥିତ ନଳିନୀବାଳା ବାଳିକା ଓ ଉଚ୍ଛବାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସାହୁ ଓ ଅଭିଧିଆନନ୍ଦପୁର ପ୍ରାଥମିକ ବିଦ୍ୟାଳୟର ପରିସରରେ ଶ୍ରୀ ଶ୍ରୀ ଗଣନାଥ ଗଜାନନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ଉଚ୍ଛବାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୦୩ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ, ପରିଚାଳନା କମିଟିର ସଦସ୍ଯ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶିବପ୍ରସାଦ ଲେଙ୍କା ଓ ତାଙ୍କର ସହଧର୍ମିଣୀ ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ଯକ୍ଷା ଶ୍ରୀମତୀ କନକପ୍ରଭା ଲେଙ୍କା ଯୋଗଦାନ କରି ବିଦ୍ୟାଳୟର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ସହିତ ବିଘ୍ନବିନାଶକଙ୍କ ନିକଟରେ ବିଦ୍ୟାଳୟର ଶୁଭକାମନା କରିଥିଲେ।
Article Image
Article Image
Article Image
103