ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ 134 ତମ ଜୟନ୍ତୀ ପାଳିତ

ଜଗତସିଂହପୁର, 27/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ ପାଠାଗାର ଠାରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ 134 ତମ ଜୟନ୍ତୀ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ତଥା ଶିକ୍ଷାବିତ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାରସ୍ୱତ ପରିଷଦର ଅଧ୍ୟକ୍ଷ ହିମାଂଶୁ ଶେଖର ଆଚାର୍ଯ୍ୟ, ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ, ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗନେଇ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଏକାଧାରରେ ଜଣେ ସୁଯୋଗ୍ୟ ଶାସକ, ଜାତିପ୍ରାଣ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଗଠନର ଅନନ୍ୟ ବିନ୍ଧାଣି ଓ ସର୍ବୋପରି ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ଥିଲେ ବୋଲି ମତପୋଷଣ କରିଥିଲେ I ଆଜିର ଗଜପତି ଜିଲ୍ଲା ତାଙ୍କ ବ୍ୟକ୍ତିତ୍ୱର ସାର୍ଥକ ମୂଲ୍ୟାୟନ କରେ ବୋଲି ଆଲୋଚକ ମାନେ କହିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ସତ୍ୟବାଦୀ ଦାସ, ବିଭୁତି ଭୂଷଣ ଲେଙ୍କା, ସଞ୍ଜୟ କୁମାର ସମାନ୍ତସିଂହାର ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଉତ୍କଳ ବିଶ୍ୱ ବିଦ୍ୟାଳୟ, ଶ୍ରୀରାମ ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଓ ବିଦ୍ୟାଧରପୁରଠାରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠାରେ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଗଜପତିଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ବୋଲି କହିଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I
9