ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିତିରା ଗ୍ରାମରେ ପ୍ରସିଦ୍ଧ ଶ୍ରୀଶ୍ରୀ ମା' ମହାଲକ୍ଷ୍ମୀଙ୍କ ୪୯ ତମ ବାର୍ଷିକ ଉତ୍ସବ

ତିତିରା, 09/02/2025, ଉତ୍କଳ voice news - utkalvoicenews.com ବାଲିକୁଦା ବ୍ଲକ୍ ଅଧୀନସ୍ଥ ତିତିରା ଗ୍ରାମରେ ଦୀର୍ଘ ଦେଢ ଦଶନ୍ଧି ଧରି ମହାଆଡମ୍ବରରେ ଶ୍ରୀଶ୍ରୀ ମା' ମହାଲକ୍ଷ୍ମୀଙ୍କ ୪୯ତମ ବାର୍ଷିକ ଉତ୍ସବ ପାଳନ ହୋଇଆସୁଛି ।
Article Image
ମା' ମହାଲକ୍ଷ୍ମୀଙ୍କ ପୂଜା ୬ ଦିନ ବ୍ୟାପି ଆଧ୍ୟ୍ୟତ୍ମିକ ବାତାବରଣ ମଧ୍ୟରେ ଯାଜ୍ଞିଙ୍କ ପଣ୍ଡିତ ହୃଦାନନ୍ଦ ପଣ୍ଡା ଓ ପଣ୍ଡିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ପ୍ରଥମେ ମା' ଙ୍କର ଅଙ୍କୁରାରୋପଣ, ଅଧିବାସ, ଜଳଯାତ୍ରା, ଲକ୍ଷ୍ମୀ ଉପଚାର ପୂଜା, ହୋମାରମ୍ଭ, ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ ଓ ଚକ୍ଷୁଦାନ ଅନୁଷ୍ଠିତ ହୋଇଥିଲା । ପୂଜା ମଣ୍ଡପକୁ ପୁଷ୍ପ ଓ ରଙ୍ଗୀନ୍ ପତାକା ଓ ବିଭିନ୍ନ ପ୍ରକାର ଆଲୋକମାଳା ସାହାଯ୍ୟରେ ସୁସଜ୍ଜିତ କରାଯାଇଛି । ମା'ଙ୍କ ଦର୍ଶନ ନିମନ୍ତେ ବହୁ ଦୁରାନ୍ତରରୁ ଲୋକ ମାନଙ୍କ ସମାବେଶ ଓ ଗହଳି ଲାଗିରହିଛି । ପ୍ରତ୍ୟକ ସନ୍ଧ୍ୟାରେ ଅଞ୍ଚଳର ଜନସାଧାରଣ ଓ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କର ଉପସ୍ଥିତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମା'ଙ୍କ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ମା'ଙ୍କ ପୂଜା ଦ୍ୱାରା ସମଗ୍ର ତିତିରା ଅଞ୍ଚଳରେ ଏକ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମକୁ ରବିନ୍ଦ୍ର କୁମାର ରାଉତ, ଧୀରେନ୍ଦ୍ର ଦାଶ, ବରିଷ୍ଠ ସମାଜସେବୀ ସଞ୍ଜୟ ମହାନ୍ତି, ଗଙ୍ଗାଧର ବେହେରା, ମଳୟ ରଞ୍ଜନ ବେହେରା, ଆଇନଜୀବୀ ଡକ୍ଟର ବୀର ନାରାୟଣ ପାତ୍ର, ଅଜୟ କୁମାର ମହାନ୍ତି, କୈଳାସ ସ୍ୱାଇଁ, ପ୍ରସନ୍ନ ଦାଶ, ଜଟାଧାରୀ ବେହେରା, ପ୍ରତାପ କୁମାର ଦାସ ପ୍ରମୁଖଙ୍କ ସହିତ ତିତିରା ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଆଜି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଓ ଗ୍ରାମବାସୀ ମାନେ ଯୋଗଦେଇଥିଲେ ।
Article Image
Article Image
1