ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ

ବୁଗୁଡ଼ା, 28/04/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ମଧୁବାବୁଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଓକିଲ ସଂଘ ସଭାପତି ମାନସ ରଞ୍ଜନ ଦାଶଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜେଏମଏଫସି ବିଚାରପତି ସୁଧାଶ୍ରୀ ସୁରଝାଲିଆ ,ମୁଖ୍ୟବକ୍ତା ଭାବେ ହିଞ୍ଜିଳିକାଟୁ ଓକିଲ ସଂଘ ସଭାପତି ନିର୍ମଳ କୁମାର ସାହୁ , ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ,ପ୍ରଦୀପ କୁମାର ଦାଶ ଯୋଗ ଦେଇ ଓଡ଼ିଆ ଜାତିର ଚିର ଅମ୍ଲାନ ପ୍ରତିଭା ସମ୍ପନ୍ନ ଯଶସ୍ବୀ ସ୍ବାଭିମାନୀ ଭୌମିକ ପୁରୁଷ ମଧୁବାବୁଙ୍କ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅତୁଳନୀୟ ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ। ଏଥି ସହ କୋଟି କୋଟି ଓଡିଆଙ୍କ ପ୍ରାଣରେ ଜାତି ପ୍ରେମ ଓ ସ୍ବଦେଶ ପ୍ରେମ ବହ୍ନି ପ୍ରଜ୍ବଳିତ କରିଥିବା ସ୍ବାଭିମାନୀ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ l ଏ ଅବସରରେ କୋର୍ଟ ପରିସରସ୍ଥ ମଧୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଓକିଲ ସଙ୍କଳ୍ପ ବିକାଶ ମହାନ୍ତି, ୟୁ. ଅରବିନ୍ଦ ପାତ୍ର ଓ ପିଣ୍ଟୁ ବିଶ୍ବାଳଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ବରିଷ୍ଠ ଆଇନଜୀବୀ ହର ପ୍ରସାଦ ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ମାନସ ରଞ୍ଜନ ହୋତା ପ୍ରାରମ୍ଭିକ ସଙ୍ଗୀତ ଗାନ ଏବଂ ପରିଶେଷରେ ଓକିଲ ସଂଘ ସହସମ୍ପାଦକ ମନୋଜ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
6