ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ବାର୍ ଆସୋସିଏସନ୍ ପକ୍ଷରୁ ମଧୁ ବାବୁ ଜୟନ୍ତୀ ପାଳିତ l

କୁଜଙ୍ଗ , 28/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
୨୮.୦୪.୨୦୨୬ ରିଖ: ମଧୁ ବାବୁ ଙ୍କ ୧୭୮ ତମ ଜନ୍ମ ଜୟନ୍ତୀ ଓ ଲୟର୍ସ ଡେ ଅବସରରେ କୁଜଙ୍ଗ ଓକିଲ ସଂଘ ତରଫରୁ ମଧୁ ବାବୁ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l ପୂର୍ବାହ୍ନ ରେ ମୁଖ୍ୟ ଅତିଥି ଭାବେ ଜେ.ଏମ୍.ଏଫ୍.ସି. ଶ୍ରୀଯୁକ୍ତ ରାଜେଶ ମିଶ୍ର, ବାର୍ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ପାଦକ ରଞ୍ଜିତ କୁମାର ବିଶ୍ବାଳ, ସହ ସମ୍ପାଦକ ପ୍ରିୟମ୍ବଦା ପାଣି ଯୋଗଦେଇ କୋର୍ଟ ପରିସରରେ ସ୍ଥାପିତ ମଧୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l
Article Image
ପରେ ପରେ ଓକିଲ ସଂଘ ତରଫରୁ ସଂଘ ସଭା ଗୃହ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର ସଭାରେ ସଂଘ ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜେ.ଏମ୍.ଏଫ୍.ସି. ଶ୍ରୀଯୁକ୍ତ ରାଜେଶ ନାୟକ ଯୋଗଦେଇଥିଲେ l ମଧୁ ବାବୁ ଙ୍କ ଜୀବନୀ ଓ ଆଧୁନିକ ଓଡ଼ିଶା ଗଠନ ଓ ବିଚକ୍ଷଣ ଓକିଲାତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସତ୍ୟାନନ୍ଦ ବିଶ୍ବାଳ, ଅମୃତ ଦାସ, ରମେଶ ଚନ୍ଦ୍ର ଦାସ, ଭାଗିରଥି ମହାପାତ୍ର, ପ୍ରଣୟ ପରିଜା, ସୁବର୍ଣ୍ଣ ମିଶ୍ର, ଶ୍ରୀଧର ମିଶ୍ର, ପ୍ରିୟମ୍ବଦା ପାଣି, କରୁଣାକର ସାହୁ, ରଶ୍ମି ରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ମଧୁବାବୁ ଙ୍କ ଓଡିଶା ପ୍ରଦେଶ ଗଠନ ସମ୍ପର୍କରେ ବକ୍ତନ୍ୟ ରଖିଥିଲେ l କୈଳାଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ l
Article Image
Article Image
40