ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାବତ ମା ସାଜିଲା କାଳ, ଭୋକ ମେଣ୍ଟାଇବା ପାଇଁ ଭାଇ ଭଉଣୀ ବୁଲିଲେ ବାର ଦ୍ୱାର।

ବାଲେଶ୍ୱର, 29/04/2026, ଉତ୍କଳ voice news - utkalvoicenews.com
Article Image
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ କଁଅରପୁର ଲାଖରାଜ ପଂଚାୟତ, କାଠଗୋଛି ଗ୍ରାମ ର ଲକି ସିଂ,,ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଗୁଡିଖୁଳା ଗ୍ରାମ ରେ ମଙ୍ଗଲ ସିଂ ଙ୍କର,ଝିଅ ହୀରା ସିଂଙ୍କୁ ବିବାହ କରିଥିଲେ, ତାଙ୍କ ଔରସ ରୁ ତାଙ୍କ ପୁଅ ନାତି ସିଂ ଝିଅ କୁଙ୍କି ସିଂ ଜନ୍ମଦେଇ ପିଲା ଦୁଇଟି ଛଟ ଥିବାବେଳେ, ବିଧିରବିଧାନ ବିଚିତ୍ର ଲୀଳା,ମା ସଂସାର ଦୁନିଆ ଛାଡି ଚାଲି ଯାଇଥିଲେ, ବାପା ଅନ୍ୟ ଜଣଙ୍କୁ ବିବାହ କରିଥିଲେ,ସାବତ ମା ଆରମ୍ଭ କରିଦେଇଥିଲେ ନିର୍ଯାତନା,ତେଣୁ ସବୁକୁ ଦୃଷ୍ଟି ରେ ରଖି ଭୟରେ ମୁଣ୍ଡ ଗୁଞ୍ଜିବା ପାଇଁ ଅଜା ଘରେ ପହଂଚି ଥିଲେ, ବୃଦ୍ଧ ଅଜା, ଆଇ, ପିଲା ଦୁହେଁ ର ଭରଣ ପୋଷଣ ପାଇଁ ଅସମର୍ଥ ହୋଇଥିବା ରୁ, ସେହି ଗ୍ରାମ ର ଗ୍ରାମବାସୀ ପିଲା ଦୁହେଁ ଙ୍କୁ ଖାଇବା ପିଇବା ପାଇଁ କିଛି ଦିନ ସହଯୋଗ କରିଥିଲେ,, ତେଣୁ ଅଜା ଗଣମାଧ୍ୟମ ସାମ୍ନା ରେ ନିଜ ର ଦୁଃଖ ର ବେଦନା ପ୍ରକାଶ କରିବା ଶହ, ପ୍ରଶାସନ ଉଦ୍ଧାର କରି ମୋର ନାତି ନାତୁଣୀ ର ଭରଣ ପୋଷଣ କରି,ସେମାନଂକୁ ବଡ଼ ମଣିଷ କରିବାକୁ ସାଧାରଣ ଅଜା ମଙ୍ଗଲ ସିଂ, ଦାବି କରିଥିଲେ, ତେଣୁ ଏ ବିଷୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଲିଖିତ ଦରଖାସ୍ତ କରିବାରୁ, ବହୁ ଜଲଦି ଅଧିକାରୀ ପହଂଚି ଉଦ୍ଧାର କରିବେ ବୋଲି ପ୍ରତିଶୃତି ଦେଇଥିଲେ।
15