ଏରସମା, 29/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ )

କାହ୍ନା ରେ, ଏ କାହ୍ନା ଉଠ ରେ ଧନ ଉଠ,ମୁ ତୋ ମା,ଡାକୁଛି,ମୁ ତୋ ପିଉସୀ ମା ଡାକୁଛି।ଏମିତି କାନ୍ଦ ବୋବାଳୀରେ ଫାଟି ପଡୁଛି ଘର ଠାରୁ ମେଡିକାଲ ପରିସର। ବୁଢା ଅଜା ଟା ମୁଣ୍ଡ ପାଖରେ ବସି କାନ୍ଦୁଛି ତ ଆଉ କିଏ ମେଡିକାଲ ତଳେ କାହ୍ନା କାହ୍ନା ଡାକି ମୁଣ୍ଡ ବାଡ଼ଉଛି। କାହ୍ନା ଯାଇଛି ଶୋଇ ଚିର ଦିନ ପାଈଁ। ଆଖି ପିଛୁଳାଖେ ଏମିତି କିଛି ହୋଇଗଲା। ଦର୍ଶକ ବନ୍ଧୁ ମୃତ୍ୟୁ ଯେ ଏମିତି ଆସେ ତାହା କିଏ ବା କହିପାରିବ ? ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜପା ପଞ୍ଚାୟତ ଧୋବେଇ ଗ୍ରାମର ଶିବ ସ୍ୱାଇଁ ଙ୍କ ର ଦୁଇ ବର୍ଷ ର ପୁଅ କାହ୍ନା କଥା। ଦିନ ପ୍ରାୟ ୧ ଟା ହେବ। ଶିବ ସ୍ୱାଇଁ (କାହ୍ନା ର ବାପା ) ଘେରି କାମରୁ ଆସି ଗାଧୋଇବା ପାଇଁ ନିଜ ବାଡ଼ି ପୋଖରୀକୁ ଯାଇଥିଲେ। ଏ ପିଲାଟି ମଧ୍ୟ ବାପା ସାଙ୍ଗରେ ଯାଇଥିଲା।ବାପା ଗାଧୋଇ ସାରି ପୁଅକୁ ଧରି ଘରକୁ ଆସିଲା।ବାପା କୁ ଖାଇବାକୁ ଦେଇ ମା ପାଇଖାନା ଯାଏ । ପିଲାଟି ମା ପଚ୍ଛେ ପଛେ ଚାଲିଯାଇଛି ବାଡ଼ି ପଟ ଥିବା ପୋଖରୀ କୁ ।ଯେତେବେଳେ ମାଆ ଆସି ଖୋଜେ କାହ୍ନା କାହ୍ନା ବୋଲି କିନ୍ତୁ କୋଉଠି ତାକୁ ପାଇଲେ ନାହିଁ।ପୋଖରୀ ଭିତରେ ଯେତେବେଳେ ପସି ଖୋଜା ଖୋଜି କରନ୍ତି ତ ଗୋଡ଼ରେ ବାଜେ ପିଲାଟି।ସେତେବେଳକୁ ସବୁ କିଛି ସରିଯାଇଥିଲା ।କାହ୍ନା କୁ ଧରି ଏରସମା ମେଡିକାଲ ଆସନ୍ତି ତ ଡକ୍ଟର ସେଠି ମୃତ୍ୟୁ ଘୋଷଣା କରନ୍ତି। ପରେ ଏରସମା ପୋଲିସ ସେଠାରେ ପହଂଚି ପୋଷ୍ଟ ମୋର୍ଟମ ପାଈଁ ପଠାନ୍ତି ।ଦଇବ ର ଏ ବିଚିତ୍ର ଲୀଳା ଖେଳ। କିଏ ଜାଣିଥିଲା ଯୋଉ ମେଡିକାଲ ରେ ସେ କାନ୍ଦି କାନ୍ଦି ଜନ୍ମ ହୋଇଥିଲା ଦୁଇ ବର୍ଷ ପରେ ସମସ୍ତ ଙ୍କୁ କନ୍ଦେଇ ଚାଲି ଯିବ ବୋଲି।
