ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଦାରେ ପଡିଲା ବିଦ୍ୟୁତ୍ ବିଭାଗୀୟ କର୍ମଚାରୀଙ୍କ କଳା କାରନାମା।

କୁଜଙ୍ଗ , 29/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
Article Image
କୁକଙ୍ଗ ଷ୍ଟ୍ରକଚର ଦିନ ଦ୍ଵିପ୍ରହରରେ ପରିସରରେ ଥିବା ଲୁହା କୁ କାଟି ବିକିଦେଲେ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ। ଏକ୍ କି ଦୁଇ କିଲୋ ନୁହଁ ପ୍ରାୟ ୨୫ କ୍ୱିଣ୍ଟାଲ ର ଲୁହାକୁ ବିକି ଟଙ୍କା ଙ୍କୁ ଆତ୍ମସାତ କରିଦେଲେ କର୍ମଚାରୀ। ତଦନ୍ତ ଭୟରେ କବାଡ଼ିଆ କୁ ବିକିଥିବା ଲୁହାରୁ ଅଳ୍ପ କିଛି ପ୍ରମାଣ ସ୍ୱରୂପ ଆଣି ରଖିଥିଲେ। ସ୍ପଷ୍ଟ ଦିବାଲୋକରେ ଗ୍ୟାସ୍ କଟର ମାଧ୍ୟମରେ ଲୁହା କଟା ହେଲା, ପିକପ୍ ଗାଡିରେ ଲୋଡ ହୋଇ କବାଡିଆ କୁ ବିକ୍ରି ହୋଇଗଲା ଓ ବିକ୍ରି ଟଙ୍କା ଆତ୍ମସାତ ବି ହୋଇଗଲା। କେହି କିଛି ଜାଣି ପାରିଲେ ନାହିଁ। ଏ ଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗରେ ଥିବା TPCODL ଷ୍ଟ୍ରକଚର ପରିସରରେ। ଦର୍ଶକ ବନ୍ଧୁ ଟିକେ ଭଲ କରି ଏହି ଚିତ୍ରକୁ ଦେଖନ୍ତୁ। କେମିତି ଦିନ ଦ୍ଵିପ୍ରହରରେ ଗ୍ୟାସ୍ କଟର ସାହାଯ୍ୟରେ ଲୁହା ଗୁଡିକ କଟାଯାଉଛି ଏବଂ ପିକପ୍ ଗାଡ଼ିରେ ଲୋଡ କରାଯାଉଛି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଷ୍ଟ୍ରକଚର ର ଚାରି ପାଖରେ କୁଜଙ୍ଗ ବ୍ଲକ୍ ର ମୁଖ୍ୟ କାର୍ଯ୍ୟାଳୟ ଯଥା ତହସିଲ ଏବଂ ବ୍ଲକ୍ ଭଳି ଅନେକ କାର୍ଯ୍ୟାଳୟ ରହିଥିବା ବେଳେ ଏମାନେ କେମିତି ଏଠାରୁ ଲୁହା ଗୁଡିକ କାଟି ନେଇ ଗଲେ ବଡ ଚିନ୍ତାର ବିଷୟ ପାଲଟିଛି। ଅନ୍ୟପଟେ ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ନା ଥାନାରେ କୌଣସି ଏତଲା ହୋଇଛି ନା TPCODL ଷ୍ଟ୍ରକଚର ପରିସର କାର୍ଯ୍ୟାଳୟ ରେ ନିଯୁକ୍ତ ଥିବା କନିଷ୍ଠ ଯନ୍ତ୍ରୀ ମୁଁହ ଖୋଲୁଛନ୍ତି। ତାଙ୍କୁ ଆମ ପ୍ରତିନିଧି ପଚାରିବା ପରେ ସେ ଏହି ବିଷୟରେ କିଛି ଜାଣିନଥିବା ଏବଂ କ୍ୟାମେରା ସାମ୍ନାରେ ମୁଁହ ଖୋଲିବାକୁ ସିଧା ସଳଖ ମନା କରିଛନ୍ତି। ଅପର ପକ୍ଷରେ TPCODL ମୁଖ୍ୟାଳୟ ଏବଂ ବିଭାଗୀୟ ଅଧିକାରୀଙ୍କ ଅଜାଣତରେ ଷ୍ଟ୍ରକଚର ପରିସରରୁ କନିଷ୍ଠ ଯନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପାଖାପାଖି ୨୫ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ସାମଗ୍ରୀ ଗ୍ୟାସ୍ କଟର ସାହାଯ୍ୟରେ କଟାଯାଇ କବାଡ଼ିଆକୁ ବିକ୍ରି ହୋଇଥିବା ବେଳେ ବିଭାଗର ମୁଖ୍ୟାଳୟ ଖବର ପାଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜାଣି ଧରା ପଡ଼ିଯିବା ଭୟରେ ବିକ୍ରି କରାଯାଇଥିବା ସାମଗ୍ରୀ ରୁ ଅଳ୍ପ କିଛି ଆଣି ପରିସର ମଧ୍ୟରେ ପ୍ରମାଣ ସ୍ୱରୂପ ରଖାଯାଇଥିବା ସୂଚନା ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଷ୍ଟ୍ରକଚର ପରିସର ରୁ ଏତେ ସାମଗ୍ରୀ ଗ୍ୟାସ୍ କଟର ସାହାଯ୍ୟରେ କଟାଯାଇ ପିକପ୍ ଗାଡି ରେ ବାହାରକୁ ଯାଇ ବିକ୍ରି ହୋଇଗଲା। ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ଜାଣି ପାରିଲେ ନାହିଁ କେମିତି। ମୁଖ୍ୟାଳୟ ରୁ ତଦନ୍ତ ନିର୍ଦ୍ଦେଶ ଆସିବା ପରେ ଯେତେବେଳେ ଜାଣିଲେ ଚୋର କୁ ଧରିବା ପାଇଁ ଥାନାରେ ଏତଲା ଦିଆଗଲା ନାହିଁ କାହିଁକି ? ଆଜି କୁ ୫ ଦିନ ହେଲାଣି କନିଷ୍ଠ ଯନ୍ତ୍ରୀ କରୁଛନ୍ତି କଣ ? ନା ଏହି ଘଟଣାରେ ତଦନ୍ତ ପରିସର ଭୁକ୍ତ ହୋଇଯିବା ଭୟରେ ଚୁପ୍ ବସିଛନ୍ତି ? ଏହି ଗୋଟିଏ ଘଟଣା ନା ଆହୁରି ଅନେକ ଘଟଣା ଏହା ଭିତରେ ଯୋଡ଼ି ହୋଇ ରହିଛି ? ସଠିକ୍ ଭାବରେ ତଦନ୍ତ ହେଲେ କନିଷ୍ଠ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବେନି ତ ? ଏହାକୁ ନେଇ TPCODL ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ପ୍ରକୃତ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି। ତେବେ TPCODL ମୁଖ୍ୟାଳୟ , ଭିଜିଲାନ୍ସ ବିଭାଗ ଏବଂ ଉପରିସ୍ଥ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
Article Image
9