କୁଜଙ୍ଗ , 30/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା 29/04/2026

ଜଗତସିଂହପୁର ଜିଲ୍ଲାର ପାଟେଣୀଗାଁ ଠାରେ ଅବସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥ ଙ୍କ ଲୀଳା କ୍ଷେତ୍ର ବଟଶ୍ରୀକ୍ଷେତ୍ର ର ଉନବିଂଶ ବାର୍ଷିକ ଉତ୍ସବର ସୁଦର୍ଶନ ସନ୍ଧ୍ୟା ମହା ସମାରୋହରେ ପାଳିତ ହୋଇଯାଇଅଛି। ଶ୍ରୀସୁଦର୍ଶନ ସନ୍ଧ୍ୟାର ଭବ୍ୟ ଉତ୍ସବରେ "ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି ରାହାମାର ମୁଖ୍ୟ ସଂଯୋଜକ ସମାଜସେବୀ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡକ୍ଟର ସୁନାକର ବେହେରା ଙ୍କୁ ଶ୍ରୀ ସୁଦର୍ଶନ ସମ୍ମାନ-2026 ପ୍ରଦାନ କଟାଯାଇଥିଲା। ଉକ୍ତ ଆଧ୍ୟାତ୍ମିକ ଉତ୍ସବରେ ସଭାପତିତ୍ୱ କରିଥିଲେ ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ବଟ କିଶୋର ରାଏ ଏବଂ ଶ୍ରୀଜଗନ୍ନାଥ ସାଂସ୍କୃତିର ବିଶିଷ୍ଟ ପ୍ରବକ୍ତା ଡ଼.ମିହିର ପଟ୍ଟନାୟକ ମୁଖ୍ୟ ଅତିଥିରୂପେ ଯୋଗଦେଇ ନିଜର ଅଭିଭାଷଣ ରେ କହିଲେ ଭାବ, ଭକ୍ତି ଓ ଆଚରଣ ଦ୍ୱାରା ଆମେ ମହାପ୍ରଭୁ ଙ୍କ ତତ୍ତ୍ୱ ଓ ଦର୍ଶନ କୁ ବୁଝିବା ସହିତ ମହାପ୍ରଭୁ ଙ୍କୁ ପାଇପାରିବା ଭକ୍ତ ଲାଗି ପ୍ରଭୁ ଲୀଳାମୟ ସାଜନ୍ତି ଏବଂ ସମସ୍ତଙ୍କୁ ପ୍ରେମ ପ୍ରଦାନ କରି ସ୍ବର୍ଗୀୟ ଅନୁଭବ ଆଣିଦେଇଥାନ୍ତି। ବିଶିଷ୍ଟ ସ୍ତମ୍ବାକାର ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ଅନନ୍ତ ଗୋପାଳ ପଣ୍ଡା କହିଲେ ଯେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ସଂସ୍କୃତି ଓ ପରମ୍ପରା ସାଧାରଣ ମଣିଷକୁ ଅସାଧାରଣ କରି ଦିବ୍ୟ ଜୀବନର ଅଧିକାରୀ କରାଏ। ଓଡ଼ିଆର ସ୍ୱାଭିମାନ ଆଉ ଓଡ଼ିଆ ଘରର ମୁରଵୀ ହେଉଛନ୍ତି ଶ୍ରୀ ଜଗନ୍ନାଥ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପି.ପି.ଏଲ ର ପ୍ରାକ୍ତନ ବରିଷ୍ଠ ଅଧିକାରୀ ପୀତବାସ ରାଉତରାୟ, ଇ. ରଶ୍ମି ରଞ୍ଜନ ରାଏ ଯୋଗଦେଇ ଉତ୍ସବ କୁ ଗାରିମା ମଣ୍ଡିତ କରିଥିଲେ। ଆଧ୍ୟାତ୍ମିକ ଶୁଭ ସନ୍ଧ୍ୟା ରେ ସ୍ୱାଗତ ଅଭିଭାଷଣ ସହିତ ମଞ୍ଚାସିନ ବରେଣ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଭାରତ ସରକାର ଙ୍କ ଅନୁଷ୍ଠାନ ନାଇଜର ପ୍ରାକ୍ତନ କୁଳପତି ଡକ୍ଟର ଅଭୟ ନାୟକ, ବେଦପାଠ କରିଥିଲେ ପଣ୍ଡିତ ନୀଳକଣ୍ଠ ଶତପଥୀ ଏବଂ ମଞ୍ଚ ପରିଚାଳନା କରିଥିଲେ ସଂଜମ କିଶୋର ମହାନ୍ତି। ସଭାଶେଷରେ ଓଡିଶା ସରକାର ଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ର "ନୀଳଶୈଳ ନୃତ୍ୟାଞ୍ଜଳୀ" ର ନୃତ୍ୟଶିଳ୍ପୀ ମାନେ ମାହାରୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ।


